ନୋଏଡ଼ା: ଭୁଶୁଡ଼ି ପଡ଼ିଲା ୨ ମହଲା ବିଶିଷ୍ଟ କୋଠା; ଜଣେ ମୃତ, ୪ ଆହତ

ନୂଆଦିଲ୍ଲୀ: ନୋଏଡ଼ାର ସେକ୍ଟର ୩୧ର ନିଠାରିଠାରେ ସୋମବାର ଏକ ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭୁଶୁଡ଼ିବାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଏହି ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି।

 

ସମ୍ବନ୍ଧିତ ଖବର