ଶ୍ରୀନଗର: ଜମ୍ମୁର ରାଜୌରିରୁ ଆଜି ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କୁ ସେନାବାହିନୀ ଗିରଫ କରିଛି। ଆତଙ୍କବାଦୀମାନେ ଗତକାଲି ରାତିରେ ରାଜୌରିରୁ ପ୍ରଥମେ ଏକ ପୁଲିସ ବାରାକ୍ରୁ ଅସ୍ତ୍ରଶସ୍ତ୍ର ଚୋରିବା ପରେ ଏକ ସିକ୍ୟୁରିଟି ଚେକ୍ ପୋଷ୍ଟ୍ ଉପରକୁ ଗୁଳିମାଡ଼ କରି ଖସି ପଳାଇଥିଲେ। ଏହାପରେ ବିଏସ୍ଏଫ,ସିଆରପିଏଫ୍ର ଏକ ମିଳିତ ଟିମ୍ ଚେକ୍ପୋଷ୍ଟ୍ ନିକଟରେ ପ୍ରତ୍ୟେକ ଯାନବାହନକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଶେଷରେ, ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।