ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗୁରୁବାର ହୋଇଥିବା ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏକ ନିର୍ଦିଷ୍ଟ ଗୁଇନ୍ଦା ତଥ୍ୟ ଆଧାରରେ ସୁରକ୍ଷାକର୍ମୀମାନେ ବୀଜ୍‌ବେହର ଅଂଚଳର ବଙ୍ଗ୍‌ନ୍ଦେରରେ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ, ସନ୍ଦିଗ୍ଧ ଆତଙ୍କବଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ହୋଇଥିବା ଗୁଳିମାଡରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ, ବହୁ ଆପତ୍ତିଜନକ ସାମଗ୍ରୀ ସହ ଅସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧିତ ଖବର