କୁଲ୍‌ଗାମ୍ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାର ଦମ୍‌ହାଲ୍ ହାଞ୍ଜିପଡ଼ା ଅନ୍ତର୍ଗତ ଖୁର୍ ଗ୍ରାମରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କଶ୍ମୀର ଆଇଜି କହିଛନ୍ତି।

ଦୁଇତିନିଜଣ ଆତଙ୍କବାଦୀ ଆତ୍ମଗୋପ କରିଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ୩୪ ଆରଆର୍, ସିଆର୍‌ପିଏଫ୍‌ ଏବଂ କୁଲ୍‌ଗାମ୍‌ ପୁଲିସର ଏକ ମିଳିତ ଦଳ ସମ୍ପୃକ୍ତ ଅଞ୍ଚଳରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲା ବୋଲି ଆଇଜି କହିଛନ୍ତି।

Image Source: Zee News

ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘରପାଖରେ ନିରାପତ୍ତା ବଳ ପହଞ୍ଚିବା ପରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା। ଆତ୍ମ-ସମର୍ପଣ କରିବାକୁ ଆତଙ୍କବାଦୀମାନଙ୍କୁ କୁହାଯାଇଥିଲେ ବି ସେମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଦୁଇଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ।

ଏହାଛଡ଼ା ଦହମାଲ୍ ହାଞ୍ଜି‌ପଡ଼ା ଅଞ୍ଚଳରେ ଛୋଟ ଧରଣର ସଂଘର୍ଷ ହୋଇଥିବାର ଖବର ମିଳିଛି। କୁଲ୍‌ଗାମ୍ ଓ ଶୋପିଆଁ ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବା ବନ୍ଦ ରଖାଯାଇଛି।

 

ସମ୍ବନ୍ଧିତ ଖବର