ଦିଲ୍ଲୀରୁ ୨ ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଲାଲକିଲ୍ଲା ନିକଟରୁ ଦୁଇ ଜଣ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌। ଦୁଇ ଆତଙ୍କବାଦୀ ଜମ୍ମୁ କଶ୍ମୀରର ସୋପିଆନ୍‌ ଅଞ୍ଚଳର। ସେମାନଙ୍କୁ ପରବେଜ୍‌ ରସିଦ୍‌ ଏବଂ ଜମସେଦ୍‌ ଜହୁର ବୋଲି ଚିହ୍ନଟ କରାଯାଇଛି। ଉଭୟ ଇଞ୍ଜିନିୟରିଂ ଛାତ୍ର ଏବଂ କଶ୍ମୀରରେ ସେମାନେ ତାଲିମ ନେଇଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରର ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସେମାନେ ୨ ବର୍ଷ ହେଲା ସଂପୃକ୍ତ ଥିବା ପୁଲିସ କହିଛି । ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ଓ ଅନ୍ୟ କେତେକ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର