ଦେଶର ଦୁଇ ତୃତୀୟାଂଶ ଜିଲ୍ଲାରେ ଟେଷ୍ଟିଂ ଲ୍ୟାବ୍‌ ନାହିଁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ଏହି ମହମାରୀ ସମଗ୍ର ଦେଶରେ କାୟା ମେଲାଇଥିବାରୁ ଦିନକୁ ଦିନ ସ୍ଥିତି ଜଟିଳ ହେଉଛି। ଗୃହ ମନ୍ତ୍ରାଳୟର ରିପୋର୍ଟ ମୁତାବକ ୭୫ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ଘରେ ପହଞ୍ଚି ସାରିଛନ୍ତି। ଦେଶରେ ପ୍ରାୟ ୪ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି। ପ୍ରବାସୀଙ୍କ ଆଗମନ ପରେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି। ତେବେ ଦେଶର ଦୁଇ ତୃତୀୟାଂଶ ଜିଲ୍ଲାରେ ଗୋଟିଏ ବି କରୋନା ଟେଷ୍ଟିଂ ଲ୍ୟାବ୍‌ ନଥିବା ଜଣାପଡ଼ିଛି।

କରୋନା ସଂକ୍ରମଣ ବଢ଼ିବା ସହିତ ଦେଶରେ ଟେଷ୍ଟିଂ କ୍ଷମତା ମଧ୍ୟ ବଢ଼ିଛି। ଏବେ ପ୍ରତିଦିନ ପ୍ରାୟ ୧ ଲକ୍ଷ ୨୦ ହଜାର ଟେଷ୍ଟିଂ ହେଉଛି। ଦେଶର ୭୩୬ ଜିଲ୍ଲାରୁ ୪୮୬ଟି ଜିଲ୍ଲାରେ ଟେଷ୍ଟିଂ ବ୍ୟବସ୍ଥା ନଥିବାରୁ ସଂକ୍ରମଣକୁ ରୋକିବା ଦିଗରେ ଏହା ବଡ଼ ପ୍ରତିବନ୍ଧକ ପାଲଟିଛି। ଆଇସିଏମ୍‌ଆର ଦ୍ବାରା ସ୍ବୀକୃତି ପାଇଥିବା ୬୦୭ଟି ଲ୍ୟାବ୍‌ କାମ କରୁଛି। ଏଥିରୁ ୪୨୭ଟି ସରକାରୀ ଲ୍ୟାବ୍‌ ଥବା ବେଳେ ୧୮୦ଟି ଘରୋଇ ଲ୍ୟାବ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର