ପାରାଦୀପ ବନ୍ଦରରେ ଲାଗିଲା ୨ ଯୁଦ୍ଧପୋତ

ପାରାଦୀପ: ଭାରତର ଯୁବଗୋଷ୍ଠୀଙ୍କୁ ନୌସେନା ପ୍ରତି ଆକୃଷ୍ଟ କରିବା ସହିତ ନୌସେନାରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷରେ ଆଜି ସକାଳେ ଭାରତୀୟ ନୌସେନାର ଦୁଇଟି ଯୁଦ୍ଧପୋତ ପାରାଦୀପ ବନ୍ଦରରେ ପହଞ୍ଚିଛିି। ସାଧାରଣ ଜନତା ବିଶେଷ କରି ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳକୁ ଯାଇ ଏହି ଯୁଦ୍ଧ ଯାହାଜ ଦେଖିଛନ୍ତି।
ମିଳଥିବା ସୂଚନା ଅନୁଯାୟୀ, ଆଜି ସକାେଳେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନଏସ ସୁମେଧା ଓ ଆଇଏନଏସ ତିହାୟୁ ପାରଦୀପ ବନ୍ଦରରେ ଲାଗିଛି। ୨୦୧୪ ମସିହା ମାର୍ଚ୍ଚ ୭ ତାରିଖରେ ବିଶାଖାପାଟଣାରେ ଯୁଦ୍ଧପୋତ ଆଇଏନଏସ ସୁମେଧା କମିସନ୍‌୍‍ ହୋଇଥିଲା। ଏଥିରେ ବହୁ ଆଧୁନିକ ଯନ୍ତ୍ରପାତି ଲାଗିଥିବା ବେଳେ ବିଭିନ୍ନ ଯୁଦ୍ଧାସ୍ତ୍ର ଖଞ୍ଜା ଯାଇଛି। ସେହିପରି ଆଇଏନଏସ ତିହାୟୁ ଦୃତଗତିରେ ଯାଇପାରୁଥିବା ପୃଥିବୀର ଅନ୍ୟ କେତେକ ପ୍ରମୁଖ ଯୁଦ୍ଧପୋତଙ୍କ ଭିତରୁ ଅନ୍ୟତମ। ଶତ୍ରୁପକ୍ଷକୁ ଆକ୍ରମଣ କରିବାରେ ଆଇଏନଏସ ତିହାୟୁ ବେଶ୍‌ ପାରଙ୍ଗମ। ତେବେ ଡିସେମ୍ବର ପ୍ରଥମ ସପ୍ତାହରେ ନୌସେନା ଦିବସ ପାଳନ ପୂର୍ବରୁ ଏହି ଦୁଇଟି ଯୁଦ୍ଧ ପୋତ ପାରାଦୀପ ଆସିଥିବାରୁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି।

ସମ୍ବନ୍ଧିତ ଖବର