୨୫ବର୍ଷ ପରେ ଆସିଛି ସବୁଠାରୁ ଶକ୍ତିଶାଳୀ ତୋଫାନ୍‌, ଚାଲୁଚାଲୁ ଓଲଟି ପଡ଼ିଲା ଗାଡ଼ି, ଭିଡିଓ ଦେଖନ୍ତୁ

ଟୋକିଓ: ଜାପାନରେ ମଙ୍ଗଳବାର ୨୫ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ତୋଫାନ୍‌ ଆସିଛି। ଦେଶର ପାଣିପାଗ ବିଭାଗ କହିବାନୁସାରେ, ପ୍ରବଳ ବେଗରେ ପବନ ବହିବା ଓ ବର୍ଷା ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ଜାପାନରେ ଦ୍ୱିପହରରେ ଘଣ୍ଟା ପ୍ରତି ୨୧୬ କିଲୋମିଟର ବେଗରେ ପବନ ଆସିଥିଲା। ଏହି ଅଞ୍ଚଳ ଚଳିତ ବର୍ଷ ହୋଇଥିବା ଭୟାବହ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିଲା ବେଳେ ଏବେ ତୋଫାନ୍‌ ତାଣ୍ଡବ ରଚିଛି।

ପ୍ରଧାନମନ୍ତ୍ରୀ ଶିନ୍‌ଜୋ ଆବେ ଲୋକମାନଙ୍କୁ ଯଥା ଶୀଘ୍ର ସ୍ଥାନ ଖାଲି କରିବାକୁ ପରାମର୍ଶ ଦେବା ସହିତ ଲୋକମାନଙ୍କୁ ଯଥା ସୁରକ୍ଷା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାପାନ୍‌ର ପାଣିପାଗ ବିଭାଗର ଏଜେନ୍ସି ପକ୍ଷରୁ ସମ୍ଭାବିତ ଭୂସ୍ଖଳନ, ବନ୍ୟା, ପ୍ରବଳ ବେଗରେ ପବନ ବହିବା ସହିତ ଓସାକା ଓ କୟୋଟୋ ସହର ସହିତ ପଶ୍ଚିମ ଜାପାନରେ ସମୁଦ୍ରରେ ଉଚ୍ଚ ଲହଡି ଓ ବିଜୁଳି ମାରିବାର ନେଇ ଚେତାବନୀ ଦିଆଯାଇଛି।

 

ସମ୍ବନ୍ଧିତ ଖବର