ଦକ୍ଷିଣ ଚୀନ ଉପକୂଳରେ ମାଡ ହେଲା ମହାବାତ୍ୟା ମାଂଖୁଟ, ପ୍ରଶାସନ ପକ୍ଷରୁ ଅତି ଗୁରୁତର ବିପଦ ସଂକେତ ଜାରି

ହଂକଂ : ଫିଲିପାଇନ୍ସରେ ଶତାଧିକ ଲୋକଙ୍କୁ ମାରିବା ପରେ ସୁପରଟାଇଫୁନ ମାଂଖୁଟ ଚୀନରେ ମାଡ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଚୀନର ଜନବହୁଳ ଗ୍ଵାଙ୍ଗଡଙ୍ଗ ରାଜ୍ୟରେ ପ୍ରବଳ ବେଗରେ ପବନ ବୋହିବା ସହ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହି ବାତ୍ୟା ଆସିବା ଆଗରୁ ପ୍ରଶାସନ ପ୍ରାୟ ୨୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ଶହ ଶହ ଫ୍ଲାଇଟ ବାତିଲ କରାଯାଇଥିବାବେଳେ ପ୍ରାୟ ୫୦ ହଜାର ମାଛମରା ବୋଟକୁ କୂଳକୁ ଫେରାଇ ଅଣାଯାଇଛି । ଏହି ବାତ୍ୟାକୁ ଦୃଷ୍ଟିରେ ରଖି ଚୀନର ପାଣିପାଗ ବିଭାଗ ପକ୍ଷରୁ ଅତି ଗୁରୁତର ବିପଦ ସଂକେତ ଦିଆଯାଇଛି । ଚୀନର ବିଶ୍ୱପ୍ରସିଦ୍ଧ କ୍ୟାସିନୋ ସିଟି ମାକାଉରେ ପ୍ରଥମ ଥର ପାଇଁ କ୍ୟାସିନୋଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବିଗତ କିଛି ଦଶନ୍ଧି ମଧ୍ୟରେ ଏହାକୁ ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି । ଏହି ବାତ୍ୟା ବା ଟାଇଫୁନ ଚୀନର ଗ୍ଵାଙ୍ଗଡଙ୍ଗ ରାଜ୍ୟର ତାଇସାନରେ ଆଜି ସ୍ଥାନୀୟ ସମୟ ସଂଧ୍ୟା ୫ଟାରେ ସ୍ଥଳଭାଗକୁ ଛୁଇଁଥିଲା ।

ସମ୍ବନ୍ଧିତ ଖବର