ନୂଆଦିଲ୍ଲୀ : ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପକରାଯାଉଥିବା ମିସାଇଲ ସିଷ୍ଟମ ଆକାଶ କ୍ଷେପଣାସ୍ତ୍ରକୁ କିଣିବାକୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି । ନିକଟରେ ୟୁଏଇର ଏକ ଉଚ୍ଚ ସ୍ତରୀୟ ପ୍ରତିରକ୍ଷା ପ୍ରତିନିଧିମଣ୍ଡଳ ଭାରତ ଗ୍ରସ୍ତରେ ଆସିଥିଲା । ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଅହମଦ ଅଲ ବୋଓ୍ଵାର୍ଡିଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳ ଆସିଥିଲା । ଏହି ଅବସରରେ ଡିଆରଡିଓ ପକ୍ଷରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ ସିଷ୍ଟମର ଦକ୍ଷତା ଓ ପ୍ରଦର୍ଶନ ବାବଦରେ ଏକ ପ୍ରେଜେଣ୍ଟେସନ ଦିଆଯାଇଥିଲା । ଆକାଶର ପ୍ରଦର୍ଶନରେ ୟୁଏଇ ମନ୍ତ୍ରୀ ସନ୍ତୁଷ୍ଟ ଥିବା ଓ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ୨୫କିମି ଦୂରତାରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିବା ସହ ୫୫କେଜିର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ସୁପରସୋନିକ୍ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଭାରତୀୟ ସେନାରେ ସାମିଲ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ କ୍ଷେପଣାସ୍ତ୍ର ଭାବେ ଏହାକୁ ଗଣାଯାଇଛି। ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ।