ନୂଆଦିଲ୍ଲୀ: ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୩ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି ୟୁଜିସି। ଏଥିରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ୮ଟି, ଦିଲ୍ଲୀରେ ୭ଟି, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓ ପୁଡ଼ୁଚେରିରେ ଗୋଟିଏ କରି ଜାଲି ବିଶ୍ୱବିଦ୍ୟାଳୟ ରହିଥିବା ଜାଣିବାକୁ ମିଳିଛି। ଏଥିସହ ଏହି ସମସ୍ତ ଜାଲି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାମ ନ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାବଧାନ କରି ଦେଇଛି ୟୁଜିସି।

Advertisment

publive-image
ଓଡ଼ିଶା ଓ ପଶ୍ଚିମବଙ୍ଗଳାରେ ରହିଥିବା ୨ଟି କରି ଜାଲି ବିଶ୍ୱବିଦ୍ୟାଳୟର ନାମ ହେଉଛି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଅଲଟରନେଟିଭ୍‌ ମେଡ଼ିସିନ୍‌ ଆଣ୍ଡ ରିସର୍ଚ୍ଚ, ନବଭାରତ ଶିକ୍ଷା ପରିଷଦ ଏବଂ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି।