ହାଇଟେକ୍ ସୁରକ୍ଷା ବଳୟରେ ଆଧାର ଡାଟା ସେଣ୍ଟର : ରାତିଦିନ ଜଗିରହିଛନ୍ତି ୮୦ କମାଣ୍ଡୋ

ବାଙ୍ଗାଲୁରୁ: ଦେଶରେ ଏବେ ଆଧାର କାର୍ଡ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏଥିରେ ଆଧାର କାର୍ଡ ମାଧ୍ୟମରେ ସରକାରଙ୍କ ପାଖରେ ଥିବା ଲୋକମାନଙ୍କର ବ୍ୟକ୍ତିଗତ ଜୈବିକ ଡାଟାର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି । ଆତଙ୍କବାଦୀମାନେ ଯଦି ଏହି ତଥ୍ୟର ଦୁରୁପଯୋଗ କରନ୍ତି ତାହେଲେ କଣ ହେବ ?

Indian Express

 

ଏସବୁକୁ ଦୃଷ୍ଟିରେ ରଖି ସରକାର ବାଙ୍ଗାଲୁରୁଠାରେ ଥିବା ୟୁଆଇଡିଏଆଇର କେନ୍ଦ୍ରୀୟ କଣ୍ଟ୍ରୋଲ ରୁମର ସୁରକ୍ଷା ବଢାଇଦେଇଛନ୍ତି । ଏବେ ପ୍ରାୟ ୮୦ ଜଣ ସିଆଇଏସ୍‌ଏଫ୍‌ କମାଣ୍ଡୋ ୨୪ ଘଣ୍ଟିଆ ପ୍ରହରା ଦେଉଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ୟୁଆଇଡିଏଆଇ ଡାଟା ସେଣ୍ଟରର ସୁରକ୍ଷା ପାଇଁ ମୋଟ ୧୬୨ ଜଣ ସିଆଇଏସଏଫ କମାଣ୍ଡୋ ମଂଜୁର କରାଯାଇଥିବା ବେଳେ ଅବଶିଷ୍ଟ ୮୨ ଜଣ ଆସନ୍ତା କିଛି ସପ୍ତାହ ମଧ୍ୟରେ ଯୋଗ ଦେବେ । ଜଣେ ଡେପୁଟୀ କମାଣ୍ଡାଣ୍ଟଙ୍କ ଅଧିନରେ ଏହି ଟିମ କାର୍ଯ୍ୟ କରୁଛି ବୋଲି ସିଆଇଏସଏଫ ଏଆଇଡି ହେମେନ୍ଦ୍ର ସିଂ କହିଛନ୍ତି ।
ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର କୋଡଗେହାଲି ଅଂଚଳରେ ଥିବାୟୁଆଇଡିଏଆଇ ଡାଟା ସେଣ୍ଟରକୁ ସିଆଇଏସଏଫ କମାଣ୍ଡୋ ମାନେ ରାତିଦିନ ୨୪ ଘଣ୍ଟା ପ୍ରହରା ଦେଉଛନ୍ତି । ମଝିରେ ମଝିରେ ବିଭିନ୍ନ ସୁରକ୍ଷା ବ୍ୟାରିୟର ରଖାଯାଇଛି । ପୁଣି କମାଣ୍ଡୋମାନଙ୍କର ଏକାଧିକ ଟିମ୍‌ ସୁରକ୍ଷା ଗାଡ଼ି ରେ ପାଟ୍ରୋଲିଂ କରୁଛନ୍ତି ।

କେବଳ ଏତିକି ନୁହେଁ, ଡ଼ଟା ସେଣ୍ଟରର ସୁରକ୍ଷା ପାଇଁ ହାଇଟେକନଲୋଜୀର ସାହାରା ନିଆଯାଉଛି । ଏକ ହଲିଉଡ୍‌ ଫିଲ୍ମ ପରି ସବୁପ୍ରକାରର ଅତ୍ୟାଧୁନିକ ସୁରକ୍ଷା ଟେକନଲୋଜୀର ଉପଯୋଗ କରି ଲୋକମାନଙ୍କ ବହୁମୂଲ୍ୟ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦିଆଯାଉଛି ।

ସମ୍ବନ୍ଧିତ ଖବର