ମାର, ମାର, ମାର, ଚିତ୍କାର କରି ଜଣେ ବ୍ୟକ୍ତିଙ୍କ ପଛରେ ଛୁରି ଧରି ଧାଉଁଥିବା ମହିଳା ଗିରଫ

ଲଣ୍ଡନ୍‌: ନରହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଶନିବାର ଦିନ ବ୍ରିଟିସ୍‌ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ବିରାଟ ଛୁରିଟାଏ ଧରି ସେ ମହିଳାଜଣକ ବହୁସଂଖ୍ୟକ ମଲ୍‌ ଥିବା ଏକ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଉଥିଲେ।

ଘଟଣାଟି ଉତ୍ତର ଇଂଲଣ୍ଡ ଅନ୍ତର୍ଗତ ବାର୍ଣ୍ଣସ୍‌ଲି ସହରରେ ଘଟିଥିବା କଥା ପୁଲିସ କହିଛି।

୨୮ ବର୍ଷୀୟ ସେ ମହିଳାଙ୍କୁ ଗିରଫ କରାଯାଇ ଥାନା ହାଜତରେ ରଖା ଯାଇଛି।

ନିକଟ ଅତୀତରେ କେତେଗୁଡ଼ିଏ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଫଳରେ ଇଂଲଣ୍ଡ ଅତ୍ୟନ୍ତ ସଜାଗ ରହିଛି। ଅନେକ ଆତଙ୍କବାଦୀ ଆକ୍ରମଣ ଛୁରି ଯୋଗେ ହୋଇଥିବା କାରଣରୁ ସମ୍ପୃକ୍ତ ଘଟଣାଟି ଆତଙ୍କବାଦୀ ଆକ୍ରମଣ ହୋଇଥାଇ ପାରେ ବୋଲି ଆଶଙ୍କା ଉପୁଜିଛି।

ପୁଲିସ ଘଟନାସ୍ଥଳରୁ ଗୋଟିଏ ପରିବାକଟା ଛୁରା ଉଦ୍ଧାର କରିଛି।

ବଜାରରେ ଷ୍ଟଲ୍‌ ଦେଇଥିବା ଟେରି ଏଲିସ୍‌ କହନ୍ତି: ପ୍ରାୟ ୧୨ ଇଞ୍ଚ୍‌ ଲମ୍ବର ଛୁରିଟାଏ ଧରି ସେ ମହିଳା ଜଣେ ବ୍ୟକ୍ତିଙ୍କ ପଛରେ ଗୋଡ଼ାଇବା ସହ ମାର, ମାର, ମାର ବୋଲି ପାଟି ଚିଲାଉ ଥିଲେ।

ଆଉ ଜଣେ ଦୋକାନୀ ଅବ୍‌ଦୁଲ୍‌ ରଜାକ୍‌ କହନ୍ତି: ସେ ବ୍ୟକ୍ତିଙ୍କ ପଛରେ ଧାଇଁ ଥିବା ମହିଳାଜଣକ ପାଟି କରୁଥିଲେ: ମୁଁ ତୁମକୁ ମାରି ପକାଇବି, ମୁଁ ତୁମକୁ ମାରି ପକାଇବି।

ସମ୍ବନ୍ଧିତ ଖବର