ସେନାରେ ନିଯୁକ୍ତି ନୀତିରେ କୋହଳ ଆଣିଲେ ଇଂଲଣ୍ଡ ସରକାର; ଭାରତୀୟଙ୍କୁ ମିଳିବ ଅଗ୍ରାଧିକାର

0 549

ନୂଆଦିଲ୍ଳୀ: ଇଂଲଣ୍ଡ ସରକାର ସୋମବାର ନିଜ ସେନାରେ ନିଯୁକ୍ତି ପାଇଁ ରହିଥିବା ନିୟମରେ କୋହଳ କରିଛନ୍ତି। ଏଣିକି ରାଜ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ନାଗରିକମାନେ ଇଂଲଣ୍ଡ ସେନାରେ ନିଯୁକ୍ତି ପାଇପାରିବେ। ସେନାରେ ନିଯୁକ୍ତି ଲାଗି ପ୍ରାର୍ଥୀ ମିଳୁନଥିବାରୁ ଏପରି କୋହଳ ନିଷ୍ପତ୍ତି ନିଆଯାଇଛି। ରହିଥିବା ୫୩ଟି ରାଜ୍ୟ ଗୋଷ୍ଠୀ ଭିତରେ ଭାରତ ରହିଛି।

ଇଂଲଣ୍ଡ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଲିଖିତ ଆକାରରେ ପାର୍ଲାମେଣ୍ଟ୍‌କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି କି ପୂର୍ବରୁ ଅତି କମରେ ଇଂଲଣ୍ଡରେ ୫ ବର୍ଷ ରହିଥିବା ବ୍ୟକ୍ତି ହିଁ ସେନା, ନୌସେନା ଓ ବାୟୁସେନାରେ ଚାକିରି ପାଇଁ ଆବେଦନ କରିପାରୁଥିଲେ। ଏବେ ସେହି ନିୟମରେ ପରିବର୍ତ୍ତନ ଅଣାଯାଇଛି।

ଫଳରେ ଭାରତ, ଅଷ୍ଟ୍ରେଲିଆ, କନ୍ନଡା ଏବଂ କେନ୍ୟାର ଲୋକେ ଚାକିରି କରିବାର ସୁଯୋଗ ପାଇବେ। ତେବେ ଇଂଲଣ୍ଡରେ ରହିଥିବା ଭାରତୀୟଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ରହିଛି।

କେବଳ ସମସ୍ତ ରାଜ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ଦରଖାସ୍ତ ଗ୍ରହଣ କରାଯିବ। ୧୮ ବର୍ଷରୁ କମ୍‌ ବୟସ୍କମାନଙ୍କୁ ଏହି ସୁଯୋଗ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.