ଅଟଳଙ୍କୁ ସମ୍ମାନ : କେବଳ ଆମ ଜାତୀୟପତାକା ନୁହେଁ ଏହି ସବୁ ଦେଶର ଜାତୀୟପତାକା ବି ଅର୍ଦ୍ଧନିମିତ୍ତ ରହିଛି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନେତା ଅଟଳବିହାରୀ ବାଜପେୟୀଙ୍କ ପରଲେକରେ କେବଳ ଆମ ଦେଶବାସୀ ନୁହେଁ ବିଶ୍ୱବାସୀ ସମ୍ମାନ ଜଣାଉଛନ୍ତି । ଏବେ ଅଟଳଜୀଙ୍କ ଅନ୍ତିମଯାତ୍ରା ଚାଲୁଥିବାବେଳେ ହଜାର ହଜାର ଲୋକ ତାଙ୍କ ମରଶରୀର ସହ ଚାଲିଛନ୍ତି । ସମଗ୍ର ବିଶ୍ୱରୁ ତାଙ୍କପାଇଁ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଛି । ତାଙ୍କ ମୃତ୍ୟୁକୁ ସମ୍ମାନ ଜଣାଇବାକୁ ସରକାରଙ୍କ ପକ୍ଷରୁ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

 

ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ୍ତ କରାଯିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଆମ ଦେଶର ପତାକା ନୁହେଁ ଆଉ କିଛି ଦେଶ ମଧ୍ୟ ନିଜର ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ କରିଦେଇଛନ୍ତି । ବ୍ରିଟେନର ବିଖ୍ୟାତ ପକାତା ୟୁନିୟନ ଫ୍ଲାଗ୍‌ ଏବେ ନୂଆଦିଲ୍ଲୀସ୍ଥିତ ବ୍ରିଟିଶ ଦୂତାବାସରେ ଅର୍ଦ୍ଧନିମିତ୍ତ ରହିଛି । ଅଟଳଜୀଙ୍କୁ ସମ୍ମାନ ଜଣାଇ ବ୍ରିଟିଶ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସେହିପରି ଭୁଟାନ ଓ ମରିସସ ମଧ୍ୟ ନିଜ ନିଜର ପତାକାକୁ ଅର୍ଦ୍ଧନିମିତ୍ତ ରଖିଛନ୍ତି । ଅନ୍ୟପକ୍ଷରେ ଭୁଟାନ ରାଜା ନିଜେ ଅନ୍ତିମସଂସ୍କାରରେ ଯୋଗ ଦେବାକୁ ଆସିଛନ୍ତି । ପାକିସ୍କାନ ଶତ୍ରୁଦେଶ ହେଲେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ପଠାଇଛି । ଆମେରିକା, ଋଷିଆ, ଶ୍ରୀଲଙ୍କା ଓ ବାଂଲାଦେଶ ସରକାର ମଧ୍ୟ ଶୋକ ସଂଦେଶ ପଠାଇଛନ୍ତି ।

ସମ୍ବନ୍ଧିତ ଖବର