ସୁପ୍ରିମକୋର୍ଟ ରେ ଉଲିବୁରୁ ଖଣି ମାମଲା: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାରେ ଭିଜିଲାନ୍ସକୁ ନୋଟିସ୍‌

ନୂଆଦିଲ୍ଲୀ: ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାରେ ଆଜି ସୁପ୍ରିମକୋର୍ଟ ଭିଜିଲାନ୍ସକୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଏନ୍‌.ଭି.ରମନ୍ନା ଓ ଏସ୍‌.ଅବଦୁଲଙ୍କ ଖଣ୍ଡପୀଠରେ ହୋଇଥିବା ଏହି ଶୁଣାଣିରେ ଦୀପକ ଗୁପ୍ତାଙ୍କ ଜାମିନ ପାଇଁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ବଳିଷ୍ଠ ଯୁକ୍ତି ବାଢିଥିଲେ। ଉଲ୍ଲେଖଯୋଗ୍ୟ,ଉଲିବୁରୁ ଖଣିରେ ଦୀପକ ଗୁପ୍ତା ୧୫ଶହ କୋଟି ଟଙ୍କାର ଦୁର୍ନୀତି କରିଥିବା ନେଇ ଦୀପକଙ୍କ ସମେତ ୯ଜଣଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ୨୦୧୩ ମସିହା ସେପ୍ଟେମ୍ବର ୪ ତାରିଖରେ ସେମାନଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇଥିଲା। ଦୀପକଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଯଥେଷ୍ଟ ପ୍ରମାଣ ରହିଥିବା ଦର୍ଶାଇ ହାଇକୋର୍ଟ ୪ଥର ତାଙ୍କ ଜାମିନ୍‌ ନାମଞ୍ଜୁର କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ଦୀପକଙ୍କ ଜାମିନ୍‌ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର