ସ୍ୱତନ୍ତ୍ର ଡାକ ଟିକିଟ୍‌ ପ୍ରକାଶ କରି ଭାରତକୁ ଦୀପାବଳି ଶୁଭେଚ୍ଛା ଜଣାଇଲା ଜାତିସଂଘ

ନୂଆଦିଲ୍ଲୀ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଜାତିସଂଘର ପୋଷ୍ଟାଲ୍‌ ଏଜେନ୍‌ସି ଗୋଟିଏ ପୃଷ୍ଠାସମ୍ବଳିତ ସ୍ୱତନ୍ତ୍ର ଡାକ ଟିକିଟ୍‌ ପ୍ରକାଶ କରିଛି। ଏହି ପୃଷ୍ଠାରେ ଛାପା ଯାଇଥିବା ଟିକିଟ୍‌ ସବୁରେ ରହିଛି ଆଲୋକର ସଙ୍କେତ- ଦୀପ। ପୃଷ୍ଠଭୂମିରେ ରହିଛି ଅସୁମାରି ଆଲୋକମାଳା।

ଏବେ କେବଳ ଭାରତ ନୁହେଁ ଅନ୍ୟାନ୍ୟ ବହୁ ଦେଶରେ ମଧ୍ୟ ବଡ଼ ଉତ୍ସାହ ଉଦ୍ଦୀପନା ସହ ଦୀପାବଳି ପାଳନ କରାଯାଉଛି।

ଏ ଭଳି ସ୍ୱତନ୍ତ୍ର ଟିକିଟ୍‌ ପ୍ରକାଶ କରିବାକୁ ବହୁ ପୂର୍ବରୁ ସଂସ୍ଥା ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ୧୦ଟି ଡାକ ଟିକିଟ୍‌ ଥିବା ଏହି ପୃଷ୍ଠାଟିର ମୂଲ୍ୟ ରଖାଯାଇଛି ଭାରତୀୟ ମୁଦ୍ରାରେ ପ୍ରାୟ ୧୧୦୦ ଟଙ୍କା।

UN Stamps େଓ୍ଵବ୍‌ସାଇଟ୍‌ରେ ଏହି ଟିକିଟ୍‌ଗୁଡ଼ିକ ମିଳୁଅଛି।

ଦୀପାବଳି ଅବସରରେ ଭାରତୀୟମାନଙ୍କ ପାଇଁ ଜାତିସଂଘ ତରଫରୁ ଏହାକୁ ସ୍ୱତନ୍ତ୍ର ଉପହାର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର