ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ ସୁବିଧା ନ ଥିବାରୁ ମାଡ୍ରାସ ହାଇକୋର୍ଟ ପରିସରରେ ବୋତଲରେ ପରିଶ୍ରା କଲେ ହୁଇଲ୍‌ଚେୟାରରେ ଥିବା ବିଜୟ କୁମାର

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ପରିସରରେ ଦିବ୍ୟାଙ୍ଗଙ୍କ ସକାଶେ ଭିନ୍ନ ଶୌଚାଳୟ ନ ଥିବାରୁ ବିଜୟ କୁମାର ଏମ୍‌ ସୁଦର୍‌ସ ଶୌଚ କରିବା ପାଇଁ ଅନ୍ୟ କିଛି ଉପାୟ ନ ପାଇ ଏକ ବୋତଲରେ ପରିଶ୍ରା କରିବା ପରେ କୋର୍ଟ ପରିସରରେ ଦିବ୍ୟାଙ୍ଗଙ୍କ ସକାଶେ ଶୌଚାଳୟ ତିଆରି କରିବା ପାଇଁ ନିବେଦନ କରିଛନ୍ତି। ଏହି ଘଟଣାଟି ମଙ୍ଗଳବାର ଘଟିଯାଇଛି। ବ୍ୟକ୍ତି ଜଣକୁ ଯେତେବେଳେ ପରିଶ୍ରା ଲାଗିଲା ତାଙ୍କୁ ପ୍ରଥର୍ମେ କୋର୍ଟ ରୁମ୍‌ରୁ ପ୍ରଥମ ମହଲାକୁ ଅଣାଗଲା। ମାତ୍ର ସେଠାରେ ଥିବା ଶୌଚାଳୟରେ ବିଜୟ କୁମାରଙ୍କ ହୁଇଲ୍‌ଚେୟାର ପଶିଲା ନାହିଁ। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ତାଙ୍କୁ ବୋତଲରେ ପରିଶ୍ରା କରିବାକୁ ପଡ଼ିଥିଲା।

ଏପରି ହଇରାଣର ସାମ୍ନା କରି ସାରିବା ପରେ ବିଜୟକୁମାର କହନ୍ତି, ‘ସରକାର ଦିବ୍ୟାଙ୍ଗଙ୍କ ପାଇଁ ପୂରା ପରିସରରେ ଶୌଚାଳୟ ବ୍ୟବସ୍ଥା କରିବା ଉଚିତ।’ ଏହି ପ୍ରସଂଗ ବିଜୟ କୁମାର ପ୍ରଥମ ଥର ଉଠାଇ ନାହାନ୍ତି। ମାଡ୍ରାସ ହାଇକୋର୍ଟକୁ ଆସିଥିବା ପୂର୍ବରୁ ଅନେକ ଦିବ୍ୟାଙ୍ଗ ଏ ସଂପର୍କରେ ମୁହଁ ଖୋଲିଛନ୍ତି।

ସମ୍ବନ୍ଧିତ ଖବର