ନୂଆଦିଲ୍ଲୀ: ସରକାର ଉଭୟ ଗୃହରେ ତିନ୍ ତଲାକ୍ ପାସ୍ କରାଇବାରେ ବିଫଳ ହେବାରୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ଏକ ଅଧ୍ୟାଦେଶ ଦ୍ୱାରାଏହାକୁ ଦଣ୍ଡନୀୟ ଅପରାଧ ଭାବେ ଅନୁମୋଦନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପଦକ୍ଷେପ ମୁସଲମାନ ମହିଳାଙ୍କ ଅଧିକାର ନିମନ୍ତେ ବୃହତ୍ ବିଜୟ ଭାବେ ବିବେଚନା କରାଯାଉଛି।
ତଲାକ୍-ଏ-ବିଦ୍ଦାତ୍କୁ ଅପରାଧିକ କରିବାକୁ ପାର୍ଲାମେଣ୍ଟର୍ର ଶୀତକାଳୀନ ଅଧିବେଶନରେ ଲୋକସଭାରେ ବିଲ୍ ପାସ୍ କରାଯାଇଥିଲା, କିନ୍ତୁ ଡ୍ରାଫ୍ଟ୍ ଆଇନ୍ରେ ଅପରାଧିକ ବ୍ୟବସ୍ଥା ଥିବା ଯୋଗୁଁ ରାଜ୍ୟସଭାରେ ବିରୋଧୀ ଦଳ ସବୁ ଏହା ଉପରେ ସଂରକ୍ଷଣ କରିଥିଲେ।
ବିରୋଧ ବଢ଼ିବାରୁ ଅଗଷ୍ଟ ମାସରେ ସରକାର ‘ମୁସ୍ଲିମ୍ ଉଇମିନ୍ ପ୍ରୋଟେକ୍ସନ୍ ଅଫ୍ ରାଇଟ୍ସ୍ ଅନ୍ ମ୍ୟାରେଜ୍ ବିଲ୍’ରେ ତିନିଟି ସଂଶୋଧନକୁ ଅନୁମୋଦନ କରିଥିଲେ। ନୂଆ ସଂଶୋଧନ ଅନୁସାରେ, ପ୍ରସ୍ତାବିତ ଆଇ ଜାମିନ-ବିହୀନ ହେବ। ଦୋଷୀ ବିଚାର ପୂର୍ବରୁ ଜାମିନ ପାଇଁ ମାଜିଷ୍ଟ୍ରେଟଙ୍କୁ ଆବେଦନ ପରି ପାରିବ।
ଜାମିନ-ବିହୀନ ଆଇନ ଅଧୀନରେ ଥାନାରେ ପୁଲିସବାଲା ଜାମିନ ଦେଇ ପାରିବ ନାହିଁ।
ଅନ୍ୟ ଏକ ସଂଶୋଧନ ଏହାକୁ ସ୍ପଷ୍ଟ କରିଛି ଯେ ଯଦି ପୀଡ଼ିତା (ପତ୍ନୀ), ତାଙ୍କର ରକ୍ତ ସମ୍ପର୍କୀୟ କିଂବା ବିବାହ ଯୋଗୁଁ ତାଙ୍କର ସମ୍ପର୍କୀୟ ହୋଇଥିବା କୌଣସି ବ୍ୟକ୍ତି ଅଭିଯୋଗ କଲେ ଯାଇ ପୁଲିସ ଏଫ୍ଆଇଆର୍ ଲଜ୍ କରିବ।
ତୃତୀୟ ସଂଶୋଧନ ତଡ଼ିତ୍ ତିନ୍ ତଲାକ୍କୁ ‘କମ୍ପାଉଡେବଲ୍’ ଅପରାଧ ବିବେଚିତ କରିଛି। ଏ କ୍ଷେତ୍ରରେ ପତିପତ୍ନୀଙ୍କ ମଧ୍ୟରେ ବିବାଦ ମେଣ୍ଟାଇବାକୁ ଜଣେ ମାଜିଷ୍ଟ୍ରେଟ୍ ନିଜର କ୍ଷମତା ପ୍ରୟୋଗ କରି ପାରିବେ। ‘କମ୍ପାଉଡେବଲ୍’ ମାମଲାରେ ଉଭୟ ପକ୍ଷ ମାମଲା ପ୍ରତ୍ୟାହାର ପାଇଁ ସ୍ୱାଧୀନତା ପାଆନ୍ତି।
ତଡ଼ିତ ତିନ୍ ତଲାକ୍ ବେଆଇନ୍ ଏବଂ ଅସାମ୍ବିଧାନିକ ବୋଲି ଗତ ବର୍ଷ ଅଗଷ୍ଟ ମାସରେ ସୁପ୍ରିମ୍ କୋର୍ଟ ରାୟ ଶୁଣାଇଥିଲେ।