ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସମ୍ବଲପୁରୀ ଶାଢ଼ି ପରିଧାନ କରି ରାଜ୍ୟସଭାରେ କେନ୍ଦ୍ର ବଜେଟକୁ ନେଇ ଅଭିଭାଷଣ ରଖିଥିବା ନଜର ଆସିଛନ୍ତି । ଓଡ଼ିଶାର ସମୃଦ୍ଧ ତନ୍ତୁକଳାର ପ୍ରତୀକ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ିକୁ ପିନ୍ଧି କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଅଭିଭାଷଣ ଦେଉଥିବା ଓଡ଼ିଆଙ୍କୁ ଆନନ୍ଦ ଦେଇଛି ।
ସେପଟେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି କହିଛନ୍ତି କି, ଆଦରଣୀୟା ନିର୍ମଳା ସୀତାରମଣଜୀ କେନ୍ଦ୍ର ବଜେଟ ଅବସରରେ ସମ୍ବଲପୁରୀ ଶାଢିରେ ରାଜ୍ୟସଭାରେ ଅଭିଭାଷଣ ଦେଉଥିବାର ଦେଖି ଗର୍ବିତ ମନେହେଲା । ଏପରିକି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ବିଶ୍ୱ ପ୍ରସିଦ୍ଧ ପାରମ୍ପରିକ ହସ୍ତକଳାକୁ ସଂସଦରେ ପରିଚୟ କରାଇ ସେ ଓଡ଼ିଆ କଳା ଏବଂ ସଂସ୍କୃତିକୁ ଆଜି ଏକ ବିଶେଷ ସମ୍ମାନ ଦେଇଛନ୍ତି ବୋଲି ନିଜ ଟୁଇଟ୍ ଜରିଆରେ କହିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ କେବଳ ଆଜି ନୁହେଁ ପୂର୍ବରୁ ମଧ୍ୟ ଅନେକଥର ସମ୍ବଲପୁରୀ ଶାଢ଼ିରେ ନଜର ଆସିଛନ୍ତି ନିର୍ମଳା ।
आज राज्यसभा में आदरणीय @nsitharaman जी को केंद्रीय बजट पर पारंपरिक ओडिया परिधान,संबलपुरी साड़ी में अभिभाषण देते देख मन गर्वित हुआ।
ओडिशा की समृद्ध संस्कृति और विश्व प्रसिद्ध पारंपरिक हस्तकला को संसद में पहचान दे कर उन्होंने ओडिया कला एवं संस्कृति को आज एक विशेष सम्मान दिया है। pic.twitter.com/yZDI5Ivr8X
— Dharmendra Pradhan (@dpradhanbjp) July 12, 2019
ସୂଚନା ମୁତାବକ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ, ସେତେବେଳେ ମଧ୍ୟ ନିର୍ମଳାଙ୍କୁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ଏହା ସ୍ପଷ୍ଟ ଯେ, ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ସମ୍ବଲପୁରୀ ଶାଢ଼ି ପ୍ରତି ନିର୍ମଳାଙ୍କ ଦୁର୍ବଳତା ରହିଛି ।