କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ; ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ଏବଂ ନରେନ୍ଦ୍ର ତୋମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଛୋଟ ପରିବର୍ତ୍ତନ କରିଛନ୍ତି। ପରିସଂଖ୍ୟନ ଓ ଯୋଜନା ରୂପାୟନ ବିଭାଗର ମନ୍ତ୍ରୀ ଥିବା ଡି ଭି ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଗ୍ରମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିବା ନରେନ୍ଦ୍ର ସିଂହ ତୋମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ମନ୍ତ୍ରୀ ସେମାନଙ୍କର ପୂର୍ବ ମନ୍ତ୍ରାଳୟର ଦାୟିତ୍ୱ ସହ ଅତିରିକ୍ତ ଭାବେ ଦିଆଯାଇଥିବା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।


ଉଲ୍ଲେଖଯୋଗ୍ୟ, ପୂର୍ବରୁ ସାର, ରସାୟନ ଓ ସଂସଦୀୟ ବ୍ୟାପାରର ମନ୍ତ୍ରୀ ଥିଲେ ଅନନ୍ତ କୁମାର। ତେବେ, ଗତ ସୋମବାର ଦିନ ତାଙ୍କର ଅକାଳ ବିୟୋଗ ହୋଇଯିବା ପରେ ତାଙ୍କ ନିକଟରେ ଥିବା ଏହି ସମସ୍ତ ବିଭାଗର ଦାୟିତ୍ୱକୁ ଏହି ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି।

 

ସମ୍ବନ୍ଧିତ ଖବର