ମ୍ୟାଁମାରରେ ଜୀବନ ବଞ୍ଚାଇଲା କର୍ଣ୍ଣାଟକର ବିରଳ ରକ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ବିରଳ ବମ୍ବେ ବ୍ଲଡ୍‌ ଗ୍ରୁପ୍‌ର ୨ ୟୁନିଟ୍‌ ରକ୍ତ ମ୍ୟାଁମାରରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛି। ଦାବାଙ୍ଗେରେ ବ୍ଲଡ୍‌ ବ୍ୟାଙ୍କ୍‌ରେ ଗଚ୍ଛିତ ଥିବା ଏହି ରକ୍ତ ମ୍ୟାଁମାରରେ ଜଣେ ୩୪ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇ ଦେଇଛି। ଉକ୍ତ ମହିଳାଙ୍କର ହାର୍ଟ ଅପରେସନ ଥିଲା ଏବଂ ଦୁଇ ୟୁନିଟ ବମ୍ବେ ୟୁନିଟ୍‌ ରକ୍ତ ନିହାତି ଦରକାର ଥିଲା। ତେବେ ମ୍ୟାଁମାରରେ ଏହି ବ୍ଲଡ୍‌ ଗ୍ରୁପ୍‌ର ରକ୍ତ ନମିଳିବା ପରେ ବେଙ୍ଗାଲୁରୁର ସଙ୍କଳ୍ପ ଇଣ୍ଡିଆ ଫାଉଣ୍ଡେସନ୍‌କୁ ଅନୁରୋଧ କରାଯାଇଥିଲା। ମ୍ୟାଁମାରର ୟାନଗନ୍‌ ଜେନେରାଲ ହସ୍ପିଟାଲ୍‌ରୁ ସଙ୍କଳ୍ପ ଇଣ୍ଡିଆ ଫାଉଣ୍ଡେସନ୍‌କୁ ଅନୁରୋଧ କରାଯାଇଥିଲା। ଦାବାଙ୍ଗେରେ ବ୍ଲଡ୍‌ ବ୍ୟାଙ୍କ୍‌ରେ ଏହି ଦୁଇ ୟୁନିଟ୍‌ ବ୍ଲଡ୍‌ ଥିଲା। ଗତ ନଭେମ୍ବର ୨୭ ତାରିଖରେ ଏହି ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର