ଏହି ମଦ୍ରାସାରେ ଗାଈଙ୍କ ଯତ୍ନ ନିଅନ୍ତି ଶତାଧିକ ଛାତ୍ର

ଭୋପାଳ: ଦେଶରେ ଗାଈ ନାମରେ ରାଜନୀତି ହେଉଥିବାର ଆପଣ ଶୁଣିଥିବେ | କିନ୍ତୁ ଏବେ ଏହି ଗାଈ ରାଜନୀତିଠାରୁ ଊର୍ଧ୍ୱରେ ଏକ ଭଲ ଖବର ସାମ୍ନାକୁ ଆସିଛି | ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ମଦ୍ରାସା ରହିଛି ଯେଉଁଠାରେ ମୁସଲିମ ଛାତ୍ରମାନେ କେବଳ ପାଠ ପଢିନଥାନ୍ତି ବରଂ ଏଠାରେ ଥିବା ଗୋଶାଳାରେ ଗାଈଙ୍କର ଯତ୍ନ ମଧ୍ୟ ନେଇଥାନ୍ତି | ଭୋପାଳର ସଟେତୁମଦା ଗାଁରେ ରହିଛି ଦାରୁଲ ଉଲୁମ ହୁସେନିୟା ମଦ୍ରାସା |

Photo-AAJTAK

ଯେଉଁଠାରେ ନିୟମିତ ଇସଲାମ ଧର୍ମ ସମ୍ବଦ୍ଧିୟ ପାଠ ପଢ଼ାଯାଇଥାଏ | ଏହି ମଦ୍ରାସାରେ ୨୦୦ ଜଣ ଛାତ୍ର ଶିକ୍ଷା ଗ୍ରହଣ କରୁଥିବାବେଳେ କେବଳ ଇସଲାମ ଶିକ୍ଷା ଗ୍ରହଣ କରିନଥାନ୍ତି ବରଂ ଆଧୁନିକ ଶିକ୍ଷା ଯେପରିକି ହିନ୍ଦୀ ଓ ଇଂରାଜୀ ମଧ୍ୟ ପଢ଼ିଥାନ୍ତି |

Photo-aajtak

ଏହାଛଡା ମଦ୍ରାସାରେ ପିଲାମାନଙ୍କୁ ଦେଶଭକ୍ତିର ପାଠ ମଧ୍ୟ ପଢ଼ାଯାଇଥାଏ | ସକାଳୁ ପିଲାମାନେ ମଦ୍ରାସାକୁ ଯିବାମାତ୍ରେ ପ୍ରଥମେ ଗୋଶାଳାକୁ ଯାଇଥାନ୍ତି | ଏଠାରେ ଗାଈଙ୍କ ସେବା କରିବା ସହ ସେମାନଙ୍କୁ ଖାଦ୍ୟ ଖୁଆଇଥାନ୍ତି | ଅନ୍ୟପଟରେ ଗାଈଙ୍କ କ୍ଷୀରକୁ ପିଲାମାନଙ୍କୁ ପିଇବାକୁ ମଧ୍ୟ ଦିଆଯାଇଥାଏ |

ସମ୍ବନ୍ଧିତ ଖବର