ସାଉଦି ଆରବ ସରକାରଙ୍କ ଅଜବ ନିୟମ : ମହିଳାଙ୍କ ସହ ଜଳଖିଆ କରିବାରୁ ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ: ସବୁବେଳେ ନିଜର ଅଜବ ନିୟମ ପାଇଁ ଚର୍ଚ୍ଚାରେ ରହି ଆସିଛି ସାଉଦି ଆରବ । ଏବେ ପୁଣି ଏକ ଘଟଣାକୁ ନେଇ ସାଉଦି ଆରବର ସରକାରଙ୍କ ଉପରେ ଉଠିଛି ପ୍ରଶ୍ନ । ଜଣେ ଯୁବକ ମହିଳାଙ୍କ ସହ ଜଳଖିଆ କରିବାରୁ ତାଙ୍କୁ ଗିରଫ କରାଯିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଉଦି ଆରବର ପୁଲିସ ଯେଉଁ ଯୁବକଙ୍କୁ ଗିରଫ କରିଛି ସେ ଇଜିପ୍ଟର ବାସିନ୍ଦା ବୋଲି ଜଣା ପଡ଼ିଥିବା ବେଳେ ସେ ଏକ ହୋଟେଲରେ କାମ କରୁଥିବା ଜଣା ପଡ଼ିଛି । ଯୁବକଙ୍କ ସହ ଯେଉଁ ମହିଳା ଖାଦ୍ୟ ଖାଇଥିଲେ ସେ ମଧ୍ୟ ଗିରଫ ହୋଇଥିବା ଯୁବକଙ୍କ ସହକର୍ମୀ ବୋଲି ସୂଚନା ମିଳିଛି । ଭାଇରାଲ ହୋଇଥିବା ଭିଡ଼ିଓରେ ଯୁବକ ଜଣଙ୍କ ଭିଡ଼ିଓ ବନାଉଥିବା ବେଳେ ବୁର୍‌ଖା ପିନ୍ଧିଥିବା ମହିଳା ତାଙ୍କୁ ଖାଦ୍ୟ ଖୁଆଇଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସାଉଦି ଆରବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଯାହା ପରେ ସରକାରଙ୍କ ଆଦେଶ କ୍ରମେ ଭିଡ଼ିଓରେ ନଜର ଆସୁଥିବା ଯୁବକଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର