ଡିସେମ୍ବର ସୁଦ୍ଧା ୭୫୦କୋଟି ଜମା କରିବାକୁ ୟୁନିଟେକକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରାଙ୍କୁ ସୁପ୍ରିମ କୋର୍ଟ ୭୫୦କୋଟି ଟଙ୍କା ଡିସେମ୍ବର ଶେଷ ସୁଦ୍ଧା ଜମା କରିବାକୁ ଆଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବିକ, ୟୁନିଟେକ ଏହି ଅର୍ଥ ଜମା କଲେ, ସେହିମାନଙ୍କ ଟଙ୍କା ଫେରସ୍ତ କରାଯାଇ ପାରିବ ଯେଉଁମାନଙ୍କ ଟଙ୍କା କମ୍ପାନି ଉପରେ ବକେୟା ରହିଛି। କୋର୍ଟ ଜାନୁଆରି ଦ୍ୱିତୀୟ ସପ୍ତାହରେ ମାମଲାର ଆଗାମୀ ଶୁଣାଣି କରିବେ। ଏହାପୂର୍ବରୁ ୨୩ ଅକ୍ଟୋବର ଏହି ମାମଲାରେ ସଞ୍ଜୟ ଚନ୍ଦ୍ରାଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦିଆଯାଇଥିଲା। ନିବେଶକ ସେମାନଙ୍କ ଟଙ୍କା ଫେରି ପାଇବାକୁ ଚାହାନ୍ତି, ତେଣୁ ସେମାନଙ୍କୁ ଟଙ୍କା ଫେରାଇବା ହେଉଛି ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ପୁଣିଥରେ କୋର୍ଟ ସମସ୍ତ ନିବେଶକଙ୍କ ଟଙ୍କା ଫେରାଇ ଦେବାକୁ ୟୁନିଟେକ୍‌କୁ କହିଛନ୍ତି। ୟୁନିଟେକ ଉପରେ ୯୦୭୨ ନିବେଶକଙ୍କ ୧୮୬୫କୋଟିର କରଜ ଅଛି।

ସୂଚନାଯୋଗ୍ୟ, ବିଲଡର କମ୍ପାନି ୟୁନିଟେକର ମ୍ୟାନେଜର ଡାଇରେକ୍ଟର ସଞ୍ଜୟ ଚନ୍ଦ୍ରା ଲୋକମାନଙ୍କୁ ଘର କରିବାର ସ୍ୱପ୍ନ ଦେଖାଇ କୋଟିକୋଟି ଟଙ୍କା ଲୁଟି ନେଇଥିଲା। ନିବେଶକଙ୍କ କହିବାନୁସାରେ, ୨୦୧୧ ମସିହାରେ ଗୁରୁଗାଓଁସ୍ଥିତ ଏନଥିୟା ଫଲୋର୍ସ ନାମକ ଏକ ପ୍ରୋଜେକ୍ଟ ଲଞ୍ଚ କରାଯାଇଥିଲା । ଏଠାରେ  ଫ୍ଲାଟ ବିକ୍ରି କରିବା ଆଳରେ ଆମ ଠାରୁ କୋଟିକୋଟି ଟଙ୍କା କମ୍ପାନି ଲୁଟି ନେଇଥିଲା ଓ  ଟଙ୍କା ନେବା ପରେ ୟୁନିଟେକ ଆଉ ଏକ ସ୍ଥାନରେ ଘର ବନାଇ ବିଦେଶରେ ବିକ୍ରି କରିଦେଇଥିଲା ବୋଲି ନିବେଶକ କହିଛନ୍ତି।

ସମ୍ବନ୍ଧିତ ଖବର