ଜାଣନ୍ତୁ କ’ଣ ପାଇଁ ଚର୍ଚ୍ଚାରେ ରହିଛି ଏହି ବିମାନର ଲ୍ୟାଣ୍ଡିଙ୍ଗ୍‌?

ନୂଆଦିଲ୍ଲୀ: ବ୍ରିଟେନର ବ୍ରିଷ୍ଟଲ ବିମାନ ବନ୍ଦରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଝଡ଼ ତୋଫାନ ସମୟରେ ଜଣେ ପାଇଲଟ୍‌ କିଭଳି ଭାବରେ ବିମାନକୁ ରନେଓ୍ଵରେ ଅବତରଣ କରାଇଥିଲେ ତାହାର ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପାଇଲଟ୍‌ଙ୍କ ବୁଦ୍ଧିକୁ ଚାରିଆଡ଼େ ପ୍ରଶଂସା କରାଯାଉଥିବା ଦେଖାଯାଇଛି ।

ସୂଚନା ମୁତାବକ, କେଲମ ନାମକ ତୋଫାନ ଆରମ୍ଭ ହୋଇ ଯାଇଥିବା ବେଳେ ବ୍ରିଷ୍ଟଲ ବିମାନ ବନ୍ଦରରେ ବିମାନଟି ଅବତରଣ କରି ପାରି ନଥିଲା । ପବନର ବେଗ ଅଧିକ ଥିବାରୁ ସିଧା ରନେଓ୍ଵରେ ଅବତରଣ କରିବା ଅସମ୍ଭବ ହେବାରୁ ପାଇଲଟ୍‌ ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ବଙ୍କା କରି ଲ୍ୟାଣ୍ଡ କରାଇଥିଲେ । ବିମାନଟି ଅବତରଣ କରୁଥିବା ସମୟରେ ରନ୍‌େଓ୍ଵରେ ଉପସ୍ଥିତ ଥିବା ଲୋକେ ଏହାର ଭିଡ଼ିଓ ରେକର୍ଡ଼ କରିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ଅକ୍ଟୋବର ୧୨ରେ ଘଟିଥିଲା ବୋଲି ଜଣା ପଡ଼ିଥିବା ବେଳେ ଭିଡ଼ିଓରେ ସଫା ସଫା ଦେଖାଯାଉଥିବା ଅବତରଣର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର