ଡେଟିଂ ଆପରେ ଯୁବତୀଙ୍କ ଧମକ: ଦିଲ୍ଲୀରେ ହେବ ପରମାଣୁ ଆକ୍ରମଣ, ଉଡାଇ ଦିଆଯିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବ ନ୍ୟୁକ୍ଲିୟର ବିସ୍ଫୋରଣ, ଧ୍ୱଂସ ହେବ ରାଷ୍ଟ୍ରପତି ଭବନ । ଡେଟିଂ ଆପ୍ ଟିଣ୍ଡରରେ ଜଣେ ଯୁବକଙ୍କୁ ଏଭଳି ଧମକ ଦେଇଛନ୍ତି ଜନୈକା ଯୁବତୀ । ଡେଟିଂ ଆପ୍ ଟିଣ୍ଡରରେ ଯୁବକ ଜଣକ ଚାଟିଂ କରୁଥିବା ବେଳେ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ ଯୁବତୀ ଜଣକ ଧମକ ଦେବା ସହ କହିଥିଲେ, ‘ତୁ ଜାଣିନାହୁଁ ମୁୁଁ କିଏ? ଯେତେବେଳେ ଦିଲ୍ଲୀରେ ନ୍ୟୁକ୍ଲିୟର ଆଟାକ୍ ହେବ ଓ ବିସ୍ଫୋରଣରେ ରାଷ୍ଟ୍ରପତି ଭବନକୁ ଉଡାଇ ଦିଆଯିବ ସେତେବେଳେ ଜାଣିବ ମୁଁ କିଏ?’

ଡେଟିଂ ଆପରେ ଏଭଳି  ସାଂଘାତିକ ଧମକ ମିଳିବା ନୂଆ କଥା । ଯୁବକଙ୍କ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ଯୁବକଙ୍କ ଚାଟିଂ ଆପର ଆଇଡି ଜରିଆରେ ଯୁବତୀ ଜଣକ କିଏ ତାହା ଜାଣିବାକୁ ପ୍ରୟାସ ଚଲାଇଛି । ଏପରିକି କେଉଁଠାରୁ ଯୁବତୀ ଜଣକ ଏଭଳି ଚାଟିଂ କରୁଛନ୍ତି ତାହା ଜାଣିବା ପାଇଁ ଛାନଭିନ୍  ଆରମ୍ଭ ହୋଇଛି । କାରଣ ପୁଲୱାମା ଆକ୍ରମଣ ପରେ କୌଣସି ଧମକକୁ ହାଲକାରେ ନେବାକୁ ଚାହୁଁନାହିଁ ପୁଲିସ । ତେଣୁ ଏହି ଧମକ ଆସିବା ପରେ ସର୍ତକତା ଅବଲମ୍ବନ କରାଯାଉଛି।

ସମ୍ବନ୍ଧିତ ଖବର