ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସେଙ୍ଗାର୍‌ଙ୍କର ପୌରୁଷ ପରୀକ୍ଷା କରାଯାଇ ପାରେ

ନୂଆଦିଲ୍ଲୀ: ସିବିସଆଇ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ କୁଳଦୀପ ସେଙ୍ଗାରଙ୍କର ପୌରୁଷ ପରୀକ୍ଷା କରାଇ ପାରନ୍ତି। ୧୨ ଦିନିଆ ସିବିଆଇ ରିମାଣ୍ଡ୍‌ରେ ଆସିଥିବା ଭୟାବହ ଉନ୍ନାଓ ଦୁଷ୍କର୍ମମାମଲାର ମୁଖ୍ୟ ଅଭିଯୁକ୍ତ ସେଙ୍ଗାରଙ୍କର ରିମାଣ୍ଡ୍‌ ଅବଧି ଆଜି ସରୁଛି। ଆଜି ଅର୍ଥାତ୍‌ ଶୁକ୍ରବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯିବ।

ସେଙ୍ଗାର୍‌ଙ୍କର ଲାଇ-ଡିଟେକ୍ଟର୍‌ ଟେଷ୍ଟ୍‍ କରାଯିବା ପାଇଁ ସିବିଆଇ ଅଦାଲତଙ୍କୁ ଆବେଦନ କରିଥିଲା। ସିବିଆଇ ଜେରା ବେଳେ ସେ ବାରମ୍ବାର ନିଜୟ ବୟାନ ବଦଳାଉଥିବା କୁହାଯାଉଛି। ସିବିଆଇର ଭିନ୍ନ ଭିନ୍ନ ଟିମ୍‌ଙ୍କୁ ସେ ଏକା ପ୍ରଶ୍ନର ଅଲଗା ଅଲଗା ଉତ୍ତର ଦେଉଛନ୍ତି।
ଗତ ସପ୍ତାହରେ ସେଙ୍ଗାର୍‌ଙ୍କ ଠାରୁ ‘ଓ୍ଵାଇ’ ବର୍ଗର ସୁରକ୍ଷା ହଟାଇ ନିଆ ଯାଇଛି।

ଉନ୍ନାଓ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ପୁଲିସ ତିନୋଟି ଏଫ୍‌ଆଇଆର୍‌ ଫାଇଲ୍‌ କରିଛି। ପ୍ରଥମ ଏଫ୍‌ଆଇଆର୍‌ରେ ସେ ଝିଅ ସହ କରାଯାଇଥିବା ଦୁଷ୍କର୍ମରେ ସେଙ୍ଗାର୍‌ ଏବଂ ଶଶି ସିଂହ ସମ୍ପୃକ୍ତ ଥିବା ବର୍ଣ୍ଣନା କରାଯାଇଛି।
ପୁଲିସର ନିଷ୍କ୍ରିୟତା ପାଇଁ ଆହ୍ଲାବାଦ ହାଇକୋର୍ଟ ଭର୍ତ୍ସନା କରିବା ପରେ ଯାଇ ବିଧାୟକ ସେଙ୍ଗାର୍‌ଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର