ଉନ୍ନାଓ ପୀଡ଼ିତାଙ୍କ ଶେଷ କଥା: ‘ମୋତେ ବଞ୍ଚାଅ। ମୁଁ ମରିବାକୁ ଚାହେଁନି, ସେମାନଙ୍କୁ ଫାଶୀ ପାଉଥିବାର ଦେଖିବାକୁ ଚାହେଁ’
ନୂଆଦିଲ୍ଳୀ: ଗତକାଲି ହାଇଦ୍ରାବାଦ୍ର ୪ ଅଭିଯୁକ୍ତଙ୍କ ଏନ୍କାଉଣ୍ଟର୍ ଦେଶବାସୀଙ୍କ ଭିତରେ ଅନନ୍ଦର ଲହରୀ ଖେଳାଇଥିବା ବେଳେ ରାତି ପ୍ରାୟ୧୧.୪୦ ବେଳେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଶୋକର ବାତାବରଣ ସୃଷ୍ଟି କରିଛି। ପୀଡ଼ିତାଙ୍କ ଘର ଲୋକ ତାଙ୍କ ଝିଅ ସହ ଏପରି ବର୍ବର କାଣ୍ଡ ରଚିଥିବା ୫ ଜଣଙ୍କୁ ପୁଲିସ୍ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିବା ବେଳେ ପୀଡ଼ିତାଙ୍କ ଇଚ୍ଛା ଥିଲା ଜୀବିତ ରହି ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲୁଥିବାର ଦୃଶ୍ୟ ଦେଖିବା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ୪୦ ଘଣ୍ଟା ଧରି ଜୀବନ ସହ ଯୁଦ୍ଧ କରିବା ପରେ ଶେଷରେ ହାରି ଯାଇଛନ୍ତିି ଉନ୍ନାଓ ପୀଡ଼ିତା। ଶୁକ୍ରବାର ରାତିରେ ହୃଦ୍ଘାତରେ ସେ ପ୍ରାଣ ହରାଇଥିବା ବେଳେ ତାଙ୍କର ଶେଷ ଇଚ୍ଛା ତାଙ୍କ ସହ ହିଁ ଶେଷ ହୋଇଯାଇଛି।
ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କ ଶେଷ ଶବ୍ଦଗୁଡ଼ିକ ଥିଲା, ‘ମୋତେ ବଞ୍ଚାଅ। ମୁଁ ମରିବାକୁ ଚାହେଁନି। ମୁଁ ସେମାନଙ୍କୁ ଫାଶୀ ପାଉଥିବାର ଦେଖିବାକୁ ଚାହେଁ।’
ଉଲ୍ଲେଖଯୋଗ୍ୟ, ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ ଉତ୍ତରପ୍ରଦେଶର ଉନ୍ନାଓ ପୀଡ଼ିତା। ଗୁରୁବାର ସକାଳୁ ଜାମିନ୍ରେ ଯାଇଥିବା ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କୁ କୋର୍ଟ ଯିବା ବାଟରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଅର୍ଧଦଗ୍ଧ ଅବସ୍ଥାରେ ଦିଲ୍ଲୀର ଫ୍ଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଇଠାରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।