ପୁଲଓ୍ଵାମା ଆକ୍ରମଣ: ଚୀନର ଆପତ୍ତି ଯୋଗୁଁ ବିଳମ୍ବିତ ହେଉଛି ଜାତିସଂଘ ନିରାପତ୍ତା ପରିଷଦର ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଘଟଣାରେ ଚୀନ ପାକିସ୍ତାନକୁ ପରୋକ୍ଷ ସମର୍ଥନ ଜାରି ରଖିଛି। ପୁଲଓ୍ଵାମା ଆକ୍ରମଣକୁ ନିନ୍ଦା କରି ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଜାରି ହେବାକୁ ଥିବା ବିବୃତି ଏଯାବତ୍‌ ପ୍ରକାଶ ପାଇପାରିନାହିଁ। ଚୀନ ବାରମ୍ବାର ବିବୃତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବାର ଏହା ଚୂଡାନ୍ତ ହୋଇପାରୁ ନାହିଁ।

ଯଦିଓ ଜାତିସଂଘ ନିରାପତ୍ତା ପରିଷଦର ୧୫ ଜଣ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ଗୁରୁବାର ପୁଲଓ୍ଵାମା ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଏହି ଆକ୍ରମଣ ଅତ୍ୟନ୍ତ ବର୍ବରୋଚିତ ଓ କାପୁରୁଷପଣିଆର ପରିଚାୟକ ବୋଲି କହିଥିଲେ। ଫେବୃଆରି ୧୪ରେ ହୋଇଥିବା ଏହି ଆକ୍ରମଣ ଘଟଣାରେ ନିଜକୁ ଖୋଲାଖୋଲି ଦାୟୀ କରିଥିଲା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ।

ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଜାରି ହେବାକୁ ଥିବା ବିବୃତ୍ତିରେ ଜୈସ-ଏ-ମହମ୍ମଦର ନାମ ଉଲ୍ଲେଖ ହେବା ପରେ ଏହାକୁ ନେଇ ଆପତ୍ତି ଉଠାଇଛି ଚୀନ। ନିର୍ଦ୍ଦିଷ୍ଟ ଭାବେ ଜୈସ୍‌ର ନାମ ନିରାପତ୍ତା ପରିଷଦ ବିବୃତିରେ ନ ରହୁ ବୋଲି ଚୀନ ମତ ରଖିଛି। ଯେହେତୁ ଚୀନ ପରିଷଦର ସ୍ଥାୟୀ ସଦସ୍ୟ, ତେଣୁ ତା’ର ବିନା ସହମତିରେ ବିବୃତିି ପ୍ରକାଶିତ ହୋଇପାରୁ ନାହିଁ।

ଭାରତ ତା’ର ବନ୍ଧୁ ରାଷ୍ଟ୍ରମାନଙ୍କ ସହ ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକ ଘରିକିଆ କରିବା ଉଦ୍ୟମ ଜାରି ରଖିଥିଲେ ହେଁ ଚୀନର ସମର୍ଥନ ହେତୁ ନିରାପତ୍ତା ପରିଷଦ ଘଟଣାରେ ପାକିସ୍ତାନର ସଂପୃକ୍ତି ଓ ଜୈସ-ଏ-ମହମ୍ମଦର ପ୍ରତ୍ୟକ୍ଷ ଆକ୍ରମଣ ନେଇ ବିବୃତିି ଜାରି ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର