ରୁଷ୍ ଓ ଦକ୍ଷିଣ ଆଫ୍ରିକା ସହାୟତାରେ ଚୀନ୍ ବାଧା ଦେବାରୁ କୋଭିଡ୍-୧୯ ପ୍ରସଙ୍ଗରେ ଆଲୋଚନା କଲାନାହିଁ ଜାତିସଂଘ ନିରାପତ୍ତା ପରିଷଦ୍

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦ୍ ବୈଠକରେ କୋଭିଡ୍-୧୯ ସଂକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଏସ୍ତୋନିଆ କରିଥିବା ଉଦ୍ୟମକୁ ଚୀନ୍, ରୁଷ୍ ଏବଂ ଦକ୍ଷିଣ ଆଫ୍ରିକା ବାଧା ଦେଇଛନ୍ତି । କରୋନାଭାଇରସ୍ ଉତ୍ପତ୍ତି ହୋଇଥିବା ଦେଶ ଚୀନ୍ ମାର୍ଚ ୩୧ ତାରିଖ ଯାଏଁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଅଛି । ଏହା ପରେ ଡୋମିନିକାନ୍ ପ୍ରଜାତନ୍ତ୍ର ଏହି ଦାୟିତ୍ୱରେ ରହିବ ।

କୂଟନୈତିକ ସୂତ୍ରରୁ ଜଣାପଡ଼ିଛି ଯେ ଭୂତାଣୁ ସଂକ୍ରମଣ ଓ ଶାନ୍ତି ଏବଂ ବିଶ୍ୱ ନିରାପତ୍ତା ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ବୋଲି ରୁଷ୍ ଓ ଦକ୍ଷିଣ ଆଫ୍ରିକା କହିବା ବେଳେ ଜାତିସଂଘ ନିରାପତ୍ତା ପରିଷଦ୍ ମଧ୍ୟରେ ସହମତି ନ ଥିବା କହି ଚୀନ୍ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା । ଏଠାରେ ପ୍ରକାଶଯୋଗ୍ୟ କି, କୌଣସି ଆଲୋଚନା ପ୍ରସ୍ତାବ ଗ୍ରହଣ କରିବାକୁ ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହମତି ମିଳିବା ବାଧ୍ୟତାମୂଳକ ଅଟେ । ରୁଷ୍ ଏବଂ ଦକ୍ଷିଣ ଆଫ୍ରିକା ଚୀନର ଘନିଷ୍ଠ ବ୍ୟାବସାୟିକ ବନ୍ଧୁ । ଆଫ୍ରିକା ମହାଦେଶରେ ବାଣିଜ୍ୟ କରିବାକୁ ନିକଟରେ ଦକ୍ଷିଣ ଆଫ୍ରିକା ବେଜିଙ୍ଗକୁ ସହଯୋଗ କରିଛି ।

Image Source: MSN

ଶାନ୍ତି ଓ ନିରାପତ୍ତା ପ୍ରତି ଧ୍ୟାନ ଦେଉଥିବା ଜାତିସଂଘ ନିରାପତ୍ତା ପରିଷଦ ଯେ ରୋଗର କୁପ୍ରଭାବ ଉପରେ ପୂର୍ବରୁ ମଧ୍ୟ ଆଲୋଚନା କରିଛି । ୨୦୧୪ରେ ନିରାପତ୍ତା ପରିଷଦ୍ ଇବୋଲା ଭୂତାଣୁ ଓ ତା’ର କୁପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥିଲା । ତାହା ଯୁକ୍ତରାଷ୍ଟ୍ର ଆମେରିକାର ଯୁକ୍ତି ଯୋଗୁଁ ସମ୍ଭବ ହୋଇଥିଲା ।

ସମ୍ବନ୍ଧିତ ଖବର