ବାଳକ ହାତରେ ୧୨ ଓ ଗୋଡ଼ରେ ୧୨ ଆଙ୍ଗୁଠି; ତାକୁ ବଳି ଚଢ଼ାଇବାକୁ ବାହାରିଛନ୍ତି ଆତ୍ମୀୟ

0 917

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରବାଙ୍କିରେ ଗୋଟାଏ ବାଳକ ହାତରେ ୧୨ଟି ଓ ଗୋଡ଼ରେ ୧୨ଟି ଆଙ୍ଗୁଠି ଥିବାରୁ ତ’ର ଦିନ ଭଲରେ କଟୁନାହିଁ। ତା’ର ପିତାମାତା କହୁଛନ୍ତି କି, ଜଣେ ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ ଆତ୍ମୀୟସ୍ୱଜନମାନେ ତାକୁ ମାରି ଦେବାକୁ ଚାହୁଁଛନ୍ତି। ଏଭଳି ଶାରୀରିକ ବିକୃତି ଥିବା ପିଲାକୁ ବଳି ଦେଲେ ସେମାନେ କୁଆଡ଼େ ବିତ୍ତଶାଳୀ ହୋଇଯିବେ ବୋଲି ସେ ତାନ୍ତ୍ରିକ କହିଛନ୍ତି।

ତା’ର ବାପା କହନ୍ତି: ଆମେ ତାକୁ ସ୍କୁଲ୍‌କୁ ଛାଡୁନାହୁଁ। ଆମେ ପୁଲିସର ସହାୟତା ମଧ୍ୟ ଲୋଡ଼ିଛୁ।

ବାରବାଙ୍କି ସର୍କଲ୍‌ ଅଫିସର୍‌ ଉମାଶଙ୍କର ସିଂହ କହନ୍ତି, କି ପିଲାଟିର ପାଠପଢ଼ାରେ ସେ ସହାୟତା କରିବେ। ସେ କହନ୍ତି: ମୁଁ ତାକୁ ପାଠପଢ଼ାରୁ ବଞ୍ଚିତ କରାଇବି ନାହିଁ। ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ତେଣୁ ମୁଁ ଏଠାରେ ଚାକିରି କରୁଥିବା ଯାଏ ତା’ ପଢାଖର୍ଚ୍ଚ ବହନ କରିବି।

ସିଂହ ଆହୁରି କହିଛନ୍ତି: ଆମେ ଗୋଟାଏ ଅଭିଯୋଗ ପାଇଛୁ। ମୁଁ ଏହାର ନିରପେକ୍ଷ ତଦନ୍ତ କରିବି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.