ଗୋରଖପୁରର ଗୋରଖନାଥ ମନ୍ଦିରରେ ରହି ଶାସନ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ!

ଗୋରଖପୁର:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲିଠାରୁ ପାଞ୍ଚ ଦିନ ଯାଏଁ ଗୋରଖନାଥ ମନ୍ଦିରରେ ଅବସ୍ଥାନ କରୁଥିବା ଜଣାଯାଇଛି। ଆହୁରି ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିରରୁ ହିଁ ସେ ସରକାର ଚଳାଇବେ । ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁରସ୍ଥିତ ଗୋରଖନାଥ ମନ୍ଦିରର ପୀଠାଧିଶ୍ୱର ମଧ୍ୟ ଅଛନ୍ତି ଏବଂ ମଙ୍ଗଳବାର ଯାଏଁ ସେ ଏହି ଭୂମିକାରେ ଦେଖାଯିବେ ।

ମନ୍ଦିର ପରିଚାଳନା ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଯାଏଁ ଗୋରଖପୁରରେ ହିଁ ରହିବେ । ଏହି ସମୟରେ ସେ ନବରାତ୍ରୀର ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା କରିବା ପରେ ଦଶହରା ଦିନ ପରଂପରାଗତ ବିଜୟ ଶୋଭାଯାତ୍ରାରେ ନେତୃତ୍ୱ ନେବେ ।

image source-indiatoday

ଯୋଗୀ ଆଦିତ୍ୟନାଥ ସୋମବାର ଅର୍ଥାତ ନବରାତ୍ରୀର ନବମୀ ତିଥିରେ କନ୍ୟାପୂଜନ କରିବେ । କନ୍ୟାମାନଙ୍କ ପାଦ ଧୋଇ ଭୋଜନ କରାଇବେ । ନବରାତ୍ରୀ ଶେଷ ହେବା ପରେ ମଙ୍ଗଳବାର ୪ଟାରେ ବିଜୟ ଶୋଭାଯାତ୍ରାରେ ସାମିଲ ହେବେ । ବିଜୟା ଦଶମୀ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଭୋଜି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଗୋରଖପୁରରୁ ସେ ଅକ୍ଟୋବର ୯ତାରିଖ ପୂର୍ବାହ୍ନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର