ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହେବା ପରେ ସେ ପୁଲିସ୍ରେ ଅଭିଯୋଗ ଆଣିଥିଲେ। ମାତ୍ର ପୁଲିସ୍ ତାଙ୍କ ଅଭିଯୋଗ ଗ୍ରହଣ କରିବାକୁ ମନା କରିଦେଇଛି। ମହିଳା ଜଣକ ପୁଲିସ୍ରେ ଅଭିଯୋଗ ଆଣି କହିଥିଲେ ଯେ ଏକ ମାସ ତଳେ ସେ ଔଷଧ କିଣିବାକୁ ଗଲା ବେଳେ ତାଙ୍କୁ ବାଟରେ ୫ ଜଣ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୁଲିସ୍ ମହିଳାଙ୍କଠାରୁୁ ଏହା ଶୁଣିବା ପରେ କହିଛି କି ଦୁଷ୍କର୍ମ ହେବା ପରେ ଅଭିଯୋଗ ନେଇ ଆସ।
/sambad/media/post_attachments/wp-content/uploads/2019/12/Untitled-5-300x171.jpg)
ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି କି ଉନ୍ନାଓରେ ଥିବା ବିହାର ପୁଲିସ୍ ଷ୍ଟେସନ୍କୁ ସେ ତାଙ୍କ ଅଭିଯୋଗ ନେଇ ଯାଇଥିଲେ। ମାତ୍ର ସେଠାରେ ଥିବା ପୁଲିସ୍ ତାଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ତାଙ୍କୁ କହିଥିଲା, ‘ଦୁଷ୍କର୍ମ ତ ହୋଇନାହିଁ। ଯେବେ ହେବ ସେବେ ଦେଖିବା।’
ତେବେ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କିଛି ଦିନ ତଳେ ଏହି ସମାନ ଗ୍ରାମରେ ହିଁ ଆଉ ଜଣେ ପୀଡ଼ିତାଙ୍କର ଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କର ଗତକାଲି ରାତି ୧୧.୪୦ ବେଳେ ମୃତ୍ୟୁ ଘଟିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି।