ମହଙ୍ଗା ପଡିଲା ମୃତ ବ୍ୟକ୍ତିର ତ୍ରୟଦଶାହ କାର୍ଯ୍ୟଦିନ ମଦ୍ୟପାନ : ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇବା ଦ୍ୱାରା ମୃତ୍ୟୁ ସଂଖ୍ୟା ୭୦ ଟପିଛି । ଏହି ମୃତ୍ୟୁଗୁଡ଼ିକ ଉତ୍ତରାଖଣ୍ଡର ହରିଦ୍ୱାରା ଜିଲ୍ଲା ଓ ଏହାକୁ ଲାଗିଥିବା ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ହୋଇଛି । ହରିଦ୍ୱାରର ବାଲୁପୁର ଓ ତାହାର ଆଖପାଖ କେତେକ ଗାଁରେ ମୋଟ ୨୪ ଜଣ ମୃତ୍ୟୁବରଣ କରିଥିବାବେଳେ ସାହାରନପୁରରେ ପ୍ରାୟ ୪୬ ଜଣ ମୃତ୍ୟୁବରଣ କରିଛନ୍ତି । ଗତ ଗୁରୁବାରଦିନ ହରିଦ୍ୱାରର ବାଲୁପୁରଠାରେ ଜଣେ ବ୍ୟକ୍ତିର ମୃତ୍ୟୁର ୧୩ତମ ଦିନ ପାଳନ ପାଇଁ ଏହି ଲୋକମାନେ ଏକାଠି ହୋଇ ମଦ୍ୟପାନ କରିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫୦, ୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷାକ୍ତ ମଦମୃତ୍ୟୁ ମାମଲାରେ ଆଜି ୟୁପିରେ ଅବକାରୀ ବିଭାଗର କେତେକ ଅଧିକାରୀଙ୍କ ସେମେତ ମୋଟ ୨୫ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରଯାଇଛି । ଉତ୍ତରାଖଣ୍ଡ ସରକାର ମଧ୍ୟ ୧୩ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ସଂପ୍‌କ୍ତ ଲୋକମାନଙ୍କୁ ଧରିବାକୁ ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ମିଳିତ ଅଭିଯାନ ପାଇଁ ଯୋଗୀ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର