ୟୁପି ମହାମେଣ୍ଟ ପୂର୍ବରୁ ପେଞ୍ଚ:୪୦ ଆସନ ଦାବିକଲା ବିଏସ୍‌ ପି

ଲକ୍ଷ୍ନୌ: ୟୁପିରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ମହାମେଣ୍ଟରେ ପେଞ୍ଚ ସୃଷ୍ଟି କରିଛନ୍ତି। କୈରାନାରେ ଆର୍‌୍‌ଏଲ୍‌୍‌ଡି ପ୍ରାର୍ଥୀଙ୍କ ବିଜୟ ପରଠାରୁ ମାୟାବତୀ ତାଙ୍କ ରଣନୀତି ବଦଳାଇଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଏସ୍‌ପିର ଦଳିତ ଭୋଟରଙ୍କ ପାଇଁ କୈରାନାରେ ବିରୋଧୀ ଦଳ ବିଜୟୀ ହୋଇଥିବାରୁ ମାୟାବତୀ ଏହାକୁ ଆଗାମୀ ନିର୍ବାଚନରେ ରାଜନୈତିକ ଅସ୍ତ୍ରଭାବେ ପ୍ରୟୋଗ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ୟୁପି ଲୋକସଭାର ୮୦ ଆସନରୁ ବିଏସ୍‌ପି ୪୦ଟି ଆସନ ଦାବି କରିଛି । ଏନେଇ ମାୟାବତୀ ଏକ ଦଳୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର