ଉତ୍ତରପ୍ରଦେଶ: କାନପୁରରୁ ହିଜବୁଲ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟିଏସ୍‌ ଟିମ୍‌ ଗୁରୁବାର ଆତଙ୍କବାଦୀ ସଂଗଠନ ‘ହିଜବୁଲ’ର ଜଣେ ସଦସ୍ୟକୁ ଗିରଫ କରିଛି। ସ୍ଥାନୀୟ ପୁଲିସର ସହାୟତାରେ ଏଟିଏସ ହିଜବୁଲ ଆତଙ୍କବାଦୀକୁ ଗିରଫ କରିଛି। ଏହା ଉତ୍ତରପ୍ରଦେଶ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ ଲକ୍ଷ୍ନୌରେ ସାମ୍ବାଦିକଙ୍କୁ ଏସଂପର୍କରେ ସୂଚନା ଡିଜିପି କହିଛନ୍ତି, ହିଜବୁଲ ଆତଙ୍କବାଦୀକୁ ଗିରଫ କରିବା ପୁଲିସ ପାଇଁ ଏକ ଅନ୍ୟତମ ବଡ଼ ସଫଳତା।

ସିଂହ କହିଛନ୍ତି, ଉତ୍ତରପ୍ରଦେଶ ଏଟିଏସ୍‌ ସ୍ଥାନୀୟ ପୁଲିସ ସହାୟତାରେ ଆତଙ୍କବାଦୀକୁ ଗିରଫ କରିଛି। ଏହି କାମରେ ଏନ୍‌ଆଇଏ ମଧ୍ୟ ସାହାଯ୍ୟ କରିଛନ୍ତି।

ଆତଙ୍କବାଦୀ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲା। ଫଟୋରେ ଆତଙ୍କବାଦୀ ଏକ ଅସ୍ତ୍ର ଧରିଥିବା ଦେଖାଯାଇଥିଲା। ସେହି ଦିନଠାରୁ ଏଟିଏସ ଓ ପୁଲିସ ତାକୁ ଖୋଜୁଥିଲା। ଏଟିଏସ୍‌ କାନପୁରର ଚକେରୀ ଥାନା ଅଞ୍ଚଳରୁ ହିଜବୁଲ ଆତଙ୍କବାଦୀକୁ ଗିରଫ କରିଛି। ଆସାମର ନୌଗାଁ ଅଞ୍ଚଳର ବ୍ୟକ୍ତି କମରୁଜ୍ଜମା ହିଜବୁଲ ସଂଗଠନରେ ସାମିଲ ହୋଇଥିଲା। ଏଟିଏସ୍‌ ସୂଚନା ଦେଇଛି, ଆତଙ୍କବାଦୀ ଗଣେଶ ପୂଜା ଦିନ ଆକ୍ରମଣ କରିବାକୁ ଟାର୍ଗେଟ ରଖିଥିଲା। ତା’ର ମୋବାଇଲରୁ ଅନେକ ମନ୍ଦିରର ଭିଡିଓ ମିଳିଛି। ସେ କଶ୍ମୀରରେ ତାଲିମ ନେଇଥିଲା।

ସମ୍ବନ୍ଧିତ ଖବର