ଆମ୍ବୁଲାନ୍ସ ପାଇଁ ରୋଗୀଣା ମା’ଙ୍କୁ ଧରି ଅକ୍ସିଜେନ ସିଲିଣ୍ଡର ସହ ଡ଼ାକ୍ତରଖାନା ବାହାରେ ଛିଡ଼ା ହୋଇ ରହିଲେ ଯୁବକ

ରୁନାକ୍ତା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ରୁନାକ୍ତାରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଜଣେ ଯୁବକ ଆମ୍ବୁଲାନ୍ସ ପାଇଁ ଡ଼ାକ୍ତରଖାନା ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବାର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋଟି ଆଗ୍ରା ମେଡ଼ିକାଲ କଲେଜ ସାମ୍ନାରେ ନିଆଯାଇଥିବା ବେଳେ ପୀଡ଼ିତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲାଗିଥିବା ଦେଖିବାକୁ ମିଳିଛି । ଏହି ଫଟୋ ଭାଇରାଲ ହେବା ପରେ ଡ଼ାକ୍ତରଖାନାରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏହି ଫଟୋରେ ଜଣେ ଯୁବକ ତାଙ୍କ ମା’ଙ୍କ ଦେହରେ ଲାଗିଥିବା ଅକ୍ସିଜେନ ପାଇପ୍‌ର ସିଲିଣ୍ଡରକୁ କାନ୍ଧରେ ଧରିଥିବା ଦେଖିବାକୁ ମିଳବା ସହ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ ହେବାରୁ ସେ କିଛି ଘଣ୍ଟା ପର୍ଯ୍ୟନ୍ତ ନିଜର ରୋଗୀଣା ମା’ଙ୍କୁ ଧରି ସେଇଠି ଠିଆ ହୋଇଥିଲେ ବୋଲି ଜଣା ପଡ଼ିଛି ।

The World Vibe

ଏହି ଫଟୋଟି ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଡ଼ାକ୍ତରଖାନାର କର୍ତ୍ତୃପକ୍ଷ ଏହା ଉପରେ ନିଜର ମତ ରଖିଛନ୍ତି । ରୋଗୀମାନଙ୍କୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ନିଆ ଯାଉଥିବା ବେଳେ ଓ୍ଵାର୍ଡ଼ବଏ ତାଙ୍କୁ କିଛି ସମୟ ପାଇଁ ସେଇଠି ଛିଡ଼ା ହେବା ପାଇଁ କହିଥିଲେ । ସେହି କିଛି ମିନିଟ୍‌ ମଧ୍ୟରେ ଜଣେ ସମ୍ବାଦିକ ଆସି ଦୁଇ ଜଣଙ୍କର ଫଟୋ ନେଇ ଯାଇଥିଲେ । ଯାହାକୁ ଲୋକମାନେ ଭୁଲ ବୁଝି ବସିଛନ୍ତି ବୋଲି ସେ ସଫେଇ ଦେଇଛନ୍ତି । ଅନ୍ୟ ପକ୍ଷରେ ଲୋକମାନଙ୍କ ସମଲୋଚନାକୁ ଦେଖି ଏ ନେଇ ସମାନେ ତଦନ୍ତ କରିବେ ବୋଲି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର