ବଦଳି ତାଲିକାରେ ଦିବଂଗତ ପୁଲିସ ଅଧିକାରୀ!

ଲ‌କ୍ଷ୍ନୌ: ୟୁପି ପୁଲିସ ଦ୍ବାରା ଜାରି ହୋଇଥିବା‌ ବଦଳି ତାଲିକାରେ ଜଣେ ଦିବଂଗତ ପୁଲିସ ଅଧିକାରୀଙ୍କ ନାମ ଥିବାରୁ ଏନେଇ ରାଜ୍ୟ ପୁଲିସକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଡିଏସ୍‌ପି ସତ୍ୟ ନାରାୟଣ ସିଂହଙ୍କର ଗତମାସରେ ମୃତ୍ୟୁ ହୋଇଯାଇଥିଲା। ତେବେ ନିକଟରେ ୟୁପି ପୁଲିସ ଦ୍ବାରା ଯେଉଁ ବଦଳି ତାଲିକା ପ୍ରକାଶ କରାଯାଇଥିଲା ସେଥିରେ ଡିଏସ୍‌ପିଙ୍କ ନାମ ଥିଲା। ରାଜ୍ୟ ଡିଜିପି ଓପି ସିଂହ ଏନେଇ କ୍ଷମାପ୍ରାର୍ଥନା କରିଛନ୍ତି ଏବଂ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର