ଆଣ୍ଠୁମାଡି ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ଆଶୀର୍ବାଦ ନେଉଛନ୍ତି ପୁଲିସ ଅଧିକାରୀ, ଫଟୋ ଭାଇରାଲ ହେଲା ପରେ ସୃଷ୍ଟି ହେଲା ହଙ୍ଗାମା

ଗୋରଖପୁର: ସୋସିଆଲ ମିଡିଆରେ ଜଣେ ପୁଲିସ ଅଧିକାରୀଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ପୁଲିସ ଅଧିକାରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଆଣ୍ଠୁ ମାଡି ବସିଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ନେଇ ଲୋକମାନେ ପୁଲିସ ଅଧିକାରୀଙ୍କ ବିଷୟରେ ବିଭିନ୍ନ ଆଲୋଚନା ଆରମ୍ଭ କରି ଦେଲେଣି। ଗୁରୁ ପୂର୍ଣ୍ଣିମାରେ ଗୋରଖନାଥ ମନ୍ଦିରରେ ନିଜ ଶିଷ୍ୟଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥିଲେ ଯୋଗୀ ଆଦିତ୍ୟନାଥ। ତେବେ ଏଠାରେ ଖାକି ପୋଷାକ ପିନ୍ଧିଥିବା ଜଣେ ପୁଲିସକର୍ମୀ ବି ଯୋଗୀଙ୍କ ସମ୍ମୁଖରେ ଆଣ୍ଠୁମାଡି ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳୁଛି। ଏହି ପୁଲିସ ଅଧିକାରୀ ଗୋରଖନାଥ ଅଞ୍ଚଳର ସର୍କଲ ଅଫିସର ବୋଲି ଜଣାପଡ଼ିଛି।

ଫଟୋରେ ନଜର ଆସୁଥିବା ଏହି ପୁଲିସ ଅଧିକାରୀଙ୍କ ନାମ ପ୍ରବୀଣ କୁମାର ସିଂହ । ଯିଏକି ନିଜେ ଫେସ୍‌ବୁକ୍‌ରେ ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ପ୍ରବୀଣ କୁମାର ସିଂହ, ସିଏମ୍‌ ଯୋଗୀଙ୍କୁ ମାଳା ପିନ୍ଧଉଥିବା ବି ନଜର ଆସୁଛି। ପ୍ରବୀଣ କୁମାର ଗୋରଖପୁରର ଗୋରଖନାଥ ଅଞ୍ଚଳର ସର୍କିଲ ଅଫିସର ଅଛନ୍ତି। ଏହି ଫଟୋକୁ ସେୟାର କରି ପ୍ରବୀଣ କୁମାର ସିଂହ ଫେସବୁକ୍‌ରେ ଲେଖିଥିଲେ କି, ସେ ଗୁରୁ ପୂର୍ଣ୍ଣିମା ଅବସରରେ ଯୋଗୀ ଆଦିତ୍ୟନାଥଙ୍କଠାରୁ ନୁହେଁ ବର ଗୋରଖନାଥ ମନ୍ଦିରର ମହନ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଯାଇଥିଲେ। ଏଥିସହିତ ଫିଲ୍ଲିଂ ବ୍ଲେସଡ୍‌ ବୋଲି ବି ଲେଖିଛନ୍ତି।

ସମ୍ବନ୍ଧିତ ଖବର