‘ଡାଏଲ-୧୦୦’ ଗାଡ଼ି ଆଗ ସିଟ୍‌ରେ ବସିବାକୁ ନେଇ ବିଚ୍‌ ରାସ୍ତାରେ ପରସ୍ପରକୁ ପିଟିଲେ ଦୁଇ ପୁଲିସକର୍ମୀ

କାନପୁର : ଉତ୍ତରପ୍ରଦେଶର ଦୁଇ ପୁଲିସକର୍ମୀ ଗାଡ଼ି ଆଗରେ ବସିବା କାରଣକୁ ନେଇ ପରସ୍ପରକୁ ମାଡ଼ ମାରିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଘଟଣା ସମୟର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ପୁଲିସକର୍ମୀ ପରସ୍ପରକୁ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି । ତୃତୀୟ ପୁଲିସକର୍ମୀ ଝଗଡ଼ା କରୁଥିବା ଦୁଇ ପୁଲିସକର୍ମୀଙ୍କୁ ଅଟକାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଭିଡିଓ ଭାଇରାଲ ହେବା ପରେ ଏବେ ଦୁଇ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

सीट पर बैठने को लेकर आपस में भिड़े यूपी पुलिस के सिपाही
navbharattimes.indiatimes.com

ସୂଚନା ମୁତାବକ, ଘଟଣାଟି ଉତ୍ତରପ୍ରଦେଶର କାନପୁରରେ ଘଟିଛି । ୩ ପୁଲିସକର୍ମୀ ରାସ୍ତା ଉପରେ ଗାଡ଼ି ରଖି ଗାଡ଼ି ଭିତରେ ଭୋଜନ କରୁଥିଲେ । ଶୁକ୍ରବାର ଅପରାହ୍ନ ୩ଟାରେ ଶ୍ରୀକୃଷ୍ଣ ତିଓ୍ଵାରୀ ଓ ରାଜେଶ ପଛ ସିଟ୍‌ରେ ବସି ଖାଉଥିବା ବେଳେ ସୁନୀଲ ଆଗ ସିଟ୍‌ରେ ବସିଥିଲେ । ଏହି ସମୟରେ ସୁନୀଲ ଆଗ ସିଟ୍‌କୁ ପଛକୁ ଘୁଞ୍ଚାଇ ଶୋଇବାରୁ ଶ୍ରୀକୃଷ୍ଣ ଓ ରାଜେଶଙ୍କୁ ଖାଇବାରେ ସମସ୍ୟା ହେଲା । ଯାହା ପରେ ଶ୍ରୀକୃଷ୍ଣ ସୁନୀଲଙ୍କୁ ପଛରେ ଆସି ବସିବାକୁ କହିଥିଲେ । ସୁନୀଲ ପଛକୁ ଆସିବା ପରେ ରାଜେଶ ଓ ସୁନୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହା ପରେ ଦୁହେଁ ଗାଡ଼ିରୁ ବାହାରି ଝଗଡ଼ା କରିବା ସହ ରାସ୍ତାରେ ଯାଉଥିବା ଲୋକେ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଭାଇରାଲ ପରେ ରାଜେଶ ଓ ସୁନୀଲଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର