ସାମ୍ନାକୁ ଆସିଲା ପୁଲିସର ଅସଲ ଚେହେରା ! ଅଟୋ ଚାଳକଙ୍କ ଛାତିକୁ ଗୋଇଠା ମାରୁଥିବା ବେଳର ଭିଡିିଓ ଭାଇରାଲ ହେଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସରକାର ରାଜ୍ୟରେ ପୁଲିସର ଛବିକୁ ଯେତେ ଭଲ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସଫଳ ହୋଇ ପାରୁ ନାହିଁ । ପୁଲିସକର୍ମଚାରୀମାନେ ସାଧାରଣ ଜନତାଙ୍କ ଉପରେ କରୁଥିବା ଜୁଲମ୍‌ ସେମାନଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଉଛି । ନିକଟରେ ଘଟିଥିବା ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉତ୍ତରପ୍ରଦେଶ ପୁଲିସର ଅସଲ ଚେହେରା ସାମ୍ନାକୁ ଆଣିଛି । ଜଣେ ଅଟୋଚାଳକଙ୍କୁ ଏକ ଛୋଟ ଭୁଲ ପାଇଁ ପୁଲିସ କର୍ମଚାରୀ ଦେଇଥିବା ଦଣ୍ଡକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଲୋକେ । ଅନ୍ୟ ପକ୍ଷରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଭିଡ଼ିଓରେ ମାଡ଼ ମାରୁଥିବା ପୁଲିକର୍ମୀଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି ।

Top Trending News

ସୂଚନା ମୁତାବକ, ଘଟଣାଟି ଅଗଷ୍ଟ ୨୨ତାରିଖ ରାତିରେ ଜାନ୍‌କୀପୁରମ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ଅଟୋଚାଳକ ଜଣଙ୍କ ଏକ ରିକ୍ସାକୁ ପଛପଟୁ ଧକ୍କା ଦେବାରୁ ରିକ୍ସାରେ ବସିଥିବା ମା’ ଏବଂ ଝିଅ ତଳେ ପଡ଼ି ଯାଇଥିଲେ । ଯାହା ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିବା ପରିବର୍ତ୍ତେ ଅଟୋ ଚାଳକଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଗୋଇଠା ମାରିବା ସହ ତାଙ୍କ ଛାତିରେ ଗୋଡ଼ ରଖି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାର ଏକ ଭିଡ଼ିଓ ଭାଇରାଲ ପରେ ତୁରନ୍ତ ପୁଲିସକର୍ମୀଙ୍କୁ ନିଳମ୍ବିତ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର