ୟୁପିରେ ଘୂର୍ଣ୍ଣିଝଡ଼: ୧୫ ମୃତ

ଲକ୍ଷ୍ନୌ: ୟୁପିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ରେ ଅନ୍ୟୁନ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଝଡ଼ ତୋଫାନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ, ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ ଏଭଳି ଘୂର୍ଣ୍ଣିଝଡ଼ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର