ସାବଧାନ! ହୋଲି ପୂର୍ବରୁ ବଜାରରେ ପହଞ୍ଚିଲାଣି ବିଷ ମିଶା ମିଠା, ଗୁଣବତ୍ତାକୁ ଚିହ୍ନି ବଜାରରୁ ସାମଗ୍ରୀ କିଣନ୍ତୁ

ଗୋରଖପୁର: ହୋଲି ଉତ୍ସବ ପାଇଁ ମିଠା ଉପରେ ଲୋକଙ୍କ ଅଧିକ ଚାହିଦା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ମିଠା ବିକ୍ରି ହୋଇଥାଏ। ତେବେ ହୋଲି ଉତ୍ସବ ଆସିବା ପୂର୍ବରୁ ବଜାରରେ ମିଠାରେ ବିଷ ମିଶିବା ଖବର ମିଳିିଛି। ଖାଦ୍ୟ ବିଭାଗର ଏକ ଦଳ ଗୋରଖପୁର କଚହରି ବସ୍‌ ଷ୍ଟେସନ ଏବଂ ଟ୍ରାନ୍‌ସପୋର୍ଟ ନଗରରୁ ଅପମିଶ୍ରିତ ଦୁଇ କ୍ୱିଣ୍ଟାଲ୍‌ ଖୁଆ ଏବଂ ଦେଢ କ୍ୱିଣ୍ଟାଲ୍‌ ପନିର ଜବତ କରିଛନ୍ତି । ଏହାସହ ଜହର ପାମ୍ପଡ ଏବଂ ବୁନ୍ଦି ମଧ୍ୟ ଖାଦ୍ୟ ବିଭାଗ ଜବତ କରିଛି । ଏଥିରୁ ସ୍ପଷ୍ଟ ହେଉଛି ଖୁଆ ବ୍ୟତୀତ ପନୀର ବି ଏବେ ବାହାରୁ ଆସୁଛି ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଏହି ସବୁ ଖାଦ୍ୟପଦାର୍ଥ ଅପମିଶ୍ରିତ ହୋଇଛି । ଉପରୁ ଅର୍ଡର ଆସିବା କ୍ଷଣି ଏହି ସବୁ ମାଲ୍‌ କୁ ୪୮ ଘଣ୍ଟା ଭିତରେ ନଷ୍ଟ କରି ଦିଆଯିବ। ହୋଲି ଉତ୍ସବ ପାଖେଇ ଆସୁଥିବା କାରଣରୁ ଭାରୀ ମାତ୍ରାରେ କଳାବଜାରୀ ବାହାରରୁ ଅପମିଶ୍ରିିତ ହୋଇ ବିକ୍ରି ପାଇଁ ଆସୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ଲୋକଙ୍କୁ ସାମଗ୍ରୀର ଗୁଣବତ୍ତାକୁ ଚିହ୍ନି ବଜାରରୁ ସାମଗ୍ରୀ କିଣିବା ଆବଶ୍ୟକ ନହେଲେ, ଅଜାଣତରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିବ।

ସମ୍ବନ୍ଧିତ ଖବର