ୟୁପିଏ ସରକାର ଅନୁମତି ଦେଇନଥିଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ଏକ ସାମ୍ବାଦିକ ସମ୍ମିଳନୀରେ ‘ମିସନ୍ ଶକ୍ତି’ର ସଫଳତା ପାଇଁ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ସହ ୟୁପିଏ ସରକାର ଏଭଳି ଅଭିଯାନକୁ ମଂଜୁରି ଦେଉନଥିଲେ ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦେଶ ପଛରେ ପଡ଼ିଯାଇଥିଲା ବୋଲି କହିଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪ ରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା ଏବଂ ଏଥିଯୋଗୁଁ ଆଜି ଦେଶ ଅନ୍ତରୀକ୍ଷ ‘ସୁପର ଲିଗ୍’ ରେ ସାମିଲ ହୋଇପାରିଛି I ଏଣୁ ଏଭଳି କାର୍ଯ୍ୟକ୍ରମକୁ ରୋକାଯାଇ ପାରିବନି ବୋଲି କହି ଜେଟଲୀ ମମତା ବାନାର୍ଜୀ ଏବଂ ରାହୁଲ ଗାନ୍ଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି। ଦେଶର ସୁରକ୍ଷା ସଂକ୍ରାନ୍ତ କୌଣସି କାର୍ଯ୍ୟକ୍ରମ ନେତାଙ୍କୁ ସୁହାଉନି ବୋଲି ଏହାକୁ ରୋକାଯାଇ ପାରିବ ନାହିଁ ବୋଲି ଜେଟଲୀ ସ୍ପଷ୍ଟ କରିଛନ୍ତି I ମିସନ ଶକ୍ତି କାର୍ଯ୍ୟକାରୀ ହେବାରେ ବିଳମ୍ବ ଉପରେ ମନ୍ତବ୍ୟ ଦେଇ ଜେଟ୍‌ଲି କହିଥିଲେ ଯେ ୟୁପିଏ ସରକାରଙ୍କ ପାଖରେ ଦୃଢ଼ ଇଚ୍ଛାଶକ୍ତି ନଥିବାରୁ ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିଲା। ଯଦି ପୂର୍ବ ସରକାର ଏଭଳି ମିସନକୁ ଅନୁମତି ଦେଇଥାନ୍ତା ତାହାହେଲେ ଏହା ବହୁ ଆଗରୁ ସାକାର ହେଇପାରିଥାନ୍ତା ବୋଲି ଜେଟଲୀ କହିଥିଲେ।

ସମ୍ବନ୍ଧିତ ଖବର