ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶିତ

ନୂଆଦିଲ୍ଲୀ : କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପକ୍ଷରୁ ସର୍ବଭାରତୀୟ ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି । ପ୍ରାର୍ଥିମାନେ upsc.gov.in, upsconline.nic.in େଓ୍ଵବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ଏହି ପ୍ରିଲିମିନାରୀ ପରୀକ୍ଷାରେ ପାଶ କରିଥିବା ପ୍ରାର୍ଥୀମାନେ ଆସନ୍ତା ଅକ୍ଟୋବର ୧ରେ ସେବାକୁ ଥିବା ସିଭିଲ ସର୍ଭିସ ମେନ ବା ମୁଖ୍ୟ ପରୀକ୍ଷା ଦେବେ । ମୁଖ୍ୟ ପରୀକ୍ଷାରେ ପାଶ କରିଥିବା ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।ଏଥର ପ୍ରାୟ ୩ ଲକ୍ଷ ପ୍ରାର୍ଥୀ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ହିଁ ସରକାର ଆଇଏଏସ, ଆଇପିଏସ, ଆଇଏଫଏସ ଆଦି ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଥାନ୍ତି ।

ଅନ୍ୟପକ୍ଷରେ ୟୁପିଏସସି ପକ୍ଷରୁ ଭାରତୀୟ ବନ ସେବା (ମୁଖ୍ୟ ପରୀକ୍ଷା) ବା ଓଏଫଏସ (ମେନ୍ସ)ର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାଫଳ ମଧ୍ୟ ଉପରୋକ୍ତ େଓ୍ଵବସାଇଟରୁ ଦେଖିହେବ ।

ସମ୍ବନ୍ଧିତ ଖବର