କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଳା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମତୋଣ୍ଡକର  କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଉର୍ମିଳା  କଂଗ୍ରେସରେ ‌ଯୋଗ ଦେଇଛନ୍ତି। ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉର୍ମିଳା କଂଗ୍ରେସର ଆଦର୍ଶ ପ୍ରଚାର କରିବା ସହ ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ। ଉର୍ମିଳା ମଧ୍ୟ  କଂଗ୍ରେସରେ ଯୋଗ ଦେବାପରେ କହିଛନ୍ତି ଯେ ସେ ନିର୍ବାଚନ ପାଇଁ କଂଗ୍ରେସରେ ଯୋଗ ଦେଇନାହାନ୍ତି। ବରଂ ସେ କଂଗ୍ରେସର ବିଚାରଧାରାରେ ବିଶ୍ବାସ କରନ୍ତି। ସେଥିଲାଗି ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିଥିବାରୁ ଏହି ଦିନଟିକୁ ସେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ମୁମ୍ବାଇ ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର