ଶିବସେନାରେ ସାମିଲ ହୋଇପାରନ୍ତି ଉର୍ମିଳା ମାତୋଣ୍ଡକର
ମୁମ୍ବାଇ: ଖୁବଶୀଘ୍ର ଶିବସେନାରେ ସାମିଲ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ଛାଡିଥିବା ଉର୍ମିଳା ମାତୋଣ୍ଡକର | ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଉର୍ମିଳା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ମିଲିନ୍ଦ ନରଵେକରଙ୍କୁ ସାକ୍ଷାତ କରିଛନ୍ତି | ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବେ ରାଜନୀତି ତାତି ବଢ଼ିବାରେ ଲାଗିଛି |
Sambad is now on WhatsApp
Join and get latest news updates delivered to you via WhatsApp
ମିଡ଼ିଆ ରିପୋର୍ଟ ମୁତାବକ କଂଗ୍ରେସର ବହୁ ନେତା ଏବେ ଶିବସେନା ମୁହାଁ ହେଉଥିବାବେଳେ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି | ଏଠାରେ ସୂଚନା ଥାଉ କି ମରାଠୀ ଝିଅ ଭାବେ ଉର୍ମିଳାଙ୍କର ସ୍ୱତନ୍ତ୍ର ଛବି ରହିଛି | ଯାହାକୁ ନିର୍ବାଚନରେ ଶିବସେନା ବ୍ୟବହାର କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ମାର୍ଚ୍ଚ ୨୮ ତାରିଖରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ |
କିନ୍ତୁ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କର୍ମୀଙ୍କ ଉପରେ ଦୋଷ ଠେଲି କଂଗ୍ରେସକୁ ବାଏ ବାଏ କହିଥିଲେ |