ପୁଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ହସ୍ତକ୍ଷେପ କରୁଛି ରୁଷ୍‌: ଆମେରିକୀୟ ଗୁଇନ୍ଦା ସୂଚନା

ଓ୍ଵାସିଂଟନ୍‌: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ରୁଷ୍‌ ପୁଣି ହସ୍ତକ୍ଷେପ କରୁଛି ବୋଲି ଆମେରିକାର ଗୁଇନ୍ଦା ବିଭାଗ କହିଛି। ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କ ପୁନଃ-ନିର୍ବଚାନ ପ୍ରଚାର ଅଭିଯାନକୁ ରୁଷ୍‌ ସମର୍ଥନ କରୁଥିବା ଗୁଇନ୍ଦାମାନେ ସନ୍ଦେହ କରୁଛନ୍ତି। ଗୁରୁବାର ଦିନ ସେମାନେ ଏ ପ୍ରସଙ୍ଗରେ ଆମେରିକୀୟ ସଂସଦୀୟ କମିଟିକୁ କହିଛନ୍ତି।

ଫଳରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପୁଣି ସନ୍ଦେହ ଘେରକୁ ଆସିବାର ସମ୍ଭାବନା ଦେଖାଦେଇଛି। ଗୁଇନ୍ଦା ବିଭାଗ କହିଛି ଯେ ନିର୍ବାଚନ ପ୍ରଚାର ଅଭିଯାନରେ ରୁଷ୍‌ ଜଣେ ମାତ୍ର ପ୍ରାର୍ଥୀଙ୍କୁ ସମର୍ଥନ କରୁଛି। ସେ ବ୍ୟକ୍ତିଜଣକ ଟ୍ରମ୍ପ୍‌। କିନ୍ତୁ, ଏ ସଂକ୍ରାନ୍ତରେ ସଂସଦର ରିପବ୍ଲିକାନ୍‌ କମିଟି ଏ ପର୍ଯ୍ୟନ୍ତ କୌଣସି ବିବୃତି ଦେଇ ନାହିଁ।

Image Source: Time

‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ, ଏଥିପାଇଁ ଟ୍ରମ୍ପ୍‌ ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଯୋସେଫ ମ୍ୟାଗୁଇର୍‌ଙ୍କୁ ଭର୍ତ୍ସନା କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ସଂକ୍ରାନ୍ତରେ ଗୁଇନ୍ଦା ରିପୋର୍ଟ କଥା ରିପବ୍ଲିକାନ୍‌ ସାଂସଦମାନେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଜଣାଇ ଥିଲେ। ଓଭାଲ୍‌ ଅଫିସ୍‌ରେ ଏକ ବୈଠକ ପରେ ଟ୍ରମ୍ପ୍‌ ମ୍ୟାଗୁଇର୍‌ଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର