ହାର୍ଟଫୋର୍ଡ: ଆମେରିକାର ହାର୍ଟଫୋର୍ଡ ଅଞ୍ଚଳରେ ଅବସ୍ଥିତ କନେକ୍ଟିକଟ୍ ନାଇଟ୍ କ୍ଲବ୍ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡରେ ଆହୁରି ଚାରିଜଣ ଲୋକ ଆହତ ହୋଇଥିବା କଥା ପୁଲିସ କହିଛି।
ମୃତବ୍ୟକ୍ତି ହେଉଛନ୍ତି ଜଣେ ୨୮ ବର୍ଷିୟ ଯୁବକ। ଆହତମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷ। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତାହତମାନଙ୍କ ନାମ ପ୍ରକାଶ କରାଯାଇନାହିଁ।
Image Source: One News Pageରବିବାର ରାତି ପ୍ରାୟ ୧: ୩୦ରେ ହାର୍ଟଫୋର୍ଡର ସାଉଥ୍ ଏଣ୍ଡ୍ରେ ଥିବା ମାଜେଷ୍ଟିକ୍ ଲାଉଞ୍ଜ୍ରେ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସକୁ ଖବର ମିଳିଥିଲା। ଏହି ଗୁଳିକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। କିନ୍ତୁ, ବେଆଇନ୍ ବନ୍ଧୁକରୁ ଗୁଳି ଚାଳନା କରାଯାଇଥିବା କଥା ପୁଲିସ ଜାଣିପାରିଛି।
ଭୋର୍ ପ୍ରାୟ ୭ଟା ବେଳେ ପୁଲିସ ଘଟଣାସ୍ଥଳରୁ ଫେରିଥିଲା। ଏହି ଘଟଣାର ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ପୁଲିସ ଅଧିକ କୌଣସି ସୂଚନା ଦେଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/connecticut.jpg)